ଜରାଜୀର୍ଣ୍ଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ୱଶୁର ଘର
ପୁରୀ, ଭୁବନେଶ୍ୱର//TATKAL ODISHA//
ଏଇ ଜରାଜୀର୍ଣ୍ଣ ଘରଟି କାହାର? କେଉଁ ମହାପୁରୁଷଙ୍କ ଏଠି ପାଦ ପଡୁଥିଲା?
ସେ ମଣିଷ ନା’ ଦେବତା??
– ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଦୁଃଖିତ ହେବେ ନିଶ୍ଚୟ I
ଘରଟି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ୱଶୁର ଘରର ଦୃଶ୍ୟ I ପୁରୀ ସଦର ବ୍ଲକ ଅନ୍ତର୍ଗତ ବାଙ୍ଗୁରବା ଗଦାଧରପୁର ଗାଁ I
ବାଙ୍ଗୁରବା ଲୋକଙ୍କ ଦାବି ସତ୍ୱେ ଉକ୍ତ ଗ୍ରାମରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିଟିଏ ନା’ ବସି ପାରିଲା ନା’ ଗ୍ରାମରେ ଥିବା ବିଦ୍ୟାଳୟର ନାମକୁ ଉତ୍କଳମଣିଙ୍କ ନାମରେ ନାମିତ କରାଗଲା I
ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କର 146 ତମ ଜୟନ୍ତୀ ଅବସରରେ ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ I
ଯେଉଁମାନେ ଗୋପବନ୍ଧୁଙ୍କ ପାଇଁ କାନ୍ଦୁଛନ୍ତି, ସେମାନେ ଆଗ ଦେଖିବା ଉଚିତ I ଦ୍ଵିତୀୟରେ ଏହାର ସାମଗ୍ରିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ଦରକାର I
ଦେଖନ୍ତୁ… ଗୋପବନ୍ଧୁଙ୍କ ଉପରେ ଶ୍ରୀକାନ୍ତ ଦାଶଙ୍କ ଆଲେଖ୍ୟ..
ସେବା ଓ କର୍ମର ପ୍ରତିକ ଉତ୍କଳମଣି ଗୋପବନ୍ଧୁ