ଜମ୍ମୁ ଓ କାଶ୍ମୀରର ପହଲଗାମରେ ସନ୍ତ୍ର୍ରାସବାଦ ଆକ୍ରମଣ, 27 ମୃତକଙ୍କ ମଧ୍ୟରେ ଓଡ଼ିଆ ପୁଅ

0
  • ଘୃଣ୍ୟ କାର୍ଯ୍ୟ ପଛରେ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ପ୍ରଧାନମନ୍ତ୍ରୀ
  • ଏହାକୁ ଏକ “ଘୃଣ୍ୟ କାର୍ଯ୍ୟ କୁହାଯିବ : ଉମର ଅବଦୁଲ୍ଲା

ଶ୍ରୀନଗର //TATKAL ODISHA//

ଜମ୍ମୁ ଓ କାଶ୍ମୀରର ପହଲଗାମରେ ସବୁଠାରୁ ବଡ଼ ଧରଣର ସନ୍ତ୍ର୍ରାସବାଦ ଆକ୍ରମଣ ହୋଇଛି। ଏଥିରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୭ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଓଡ଼ିଶା ବାଲେଶ୍ୱର ଜିଲ୍ଲାର ରେମୁଣା ଇଶାନୀ ଗାଁର ଜଣେ ପର୍ଯ୍ୟଟକ ଅନ୍ତର୍ଭୁକ୍ତ। ତେବେ ଲସ୍କର ସହିତ ଜଡ଼ିତ ଆତଙ୍କବାଦୀ ମାନେ ଏହି କାଣ୍ଡ ଭିଆଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।
 ମଙ୍ଗଳବାର ମଧ୍ୟାହ୍ନ ପରେ ଏହି ଘଟଣା। ଆତଙ୍କବାଦୀମାନେ ମହିଳା ଓ ବୟସ୍କ ବ୍ୟକ୍ତିଙ୍କୁ ଅଧିକ ଟାର୍ଗେଟ କରିଥିଲେ। ପ୍ରତ୍ୟକ୍ଷଦର୍ଶୀ ସୁରକ୍ଷା କର୍ମୀଙ୍କ କହିବାନୁସାରେ ଦୁଇରୁ ତିନି ଜଣ ପୁରୁଷ ଆତଙ୍କବାଦୀ ସାମରିକ ପୋଷାକ ପିନ୍ଧି ଘୋଡା ଥାଇ ପହଲଗାମର ବୈସାରଣ ମେଡୋରେ ପର୍ଯ୍ୟଟକଙ୍କ ଉପରେ ଅବିଚାରିତ ଭାବେ ଗୁଳି କରିଥିଲେ। ଆକ୍ରମଣରେ ପ୍ରାୟ ୨୭ ପର୍ଯ୍ୟଟକ ମୃତ୍ୟୁ ବରଣ କରିଛନ୍ତି। ଆକ୍ରମଣ ପରେ ଇତସ୍ତତ ହୋଇ ପଡ଼ିଥିବା ରକ୍ତାକ୍ତ ଜୁଡ଼ୁବୁଡ଼ୁ ଶବକୁ ମହିଳାମାନେ ନିଜର ପ୍ରିୟଜନଙ୍କୁ ଖୋଜୁଥିବାର ଦେଖାଯାଇଥିଲା।


ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଚାରି ଦିନିଆ ଭାରତ ଗସ୍ତରେ ଥିବା ସମୟରେ ଏହି ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବକୁ ଦୁଇ ଦିନିଆ ଗସ୍ତରେ ଥିବାବେଳେ ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତିର ସମୀକ୍ଷା କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଟେଲିଫୋନ୍ କଲ୍ କରିଥିଲେ।

  • ପ୍ରଧାନମନ୍ତ୍ରୀ କହିଥିଲେ,”ମୁଁ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ଏହି ଘୃଣ୍ୟ କାର୍ଯ୍ୟ ପଛରେ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ।

ଅନ୍ୟପକ୍ଷରେ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଆକ୍ରମଣକୁ ନିନ୍ଦା କରି ଏହାକୁ ଏକ “ଘୃଣ୍ୟ କାର୍ଯ୍ୟ’ ବୋଲି ବର୍ଣ୍ଣନା କରିଥିଲେ।

Leave A Reply

Your email address will not be published.