ଚୌଦ୍ୱାରରେ ହେବ ବିଶ୍ୱସ୍ତରୀୟ ଟେକ୍ସଟାଇଲ୍ ପାର୍କ
ଓଟିଏମ୍ ଚୌଦ୍ୱାର, ପେପ୍ସି ଓ ବଲାରପୁର ପେପରମିଲ୍ ଉପରେ ଭର୍ଚୁଆଲ୍ ବୈଠକ
ଭୁବନେଶ୍ୱର,(ତତ୍କାଳ ଓଡ଼ିଶା ):ଚୌଦ୍ୱାରରେ ହେବ ବିଶ୍ୱସ୍ତରୀୟ ଟେକ୍ସଟାଇଲ୍ ପାର୍କ I ଓଡ଼ିଶାର କୁଶଳୀ କାରିଗର ଏହି ପାର୍କରେ ବିଭନ୍ନ ଶିଳ୍ପରେ କାର୍ଯ୍ୟ କରିବାର ସୁଯୋଗ ପାଇବେ I
ଓଟିଏମ୍ ଚୌଦ୍ୱାର, ପେପ୍ସି ଓ ବଲାରପୁର ପେପରମିଲ୍ କଳ ଉପରେ ଭର୍ଚୁଆଲ୍ ସମୀକ୍ଷା ବୈଠକ କରି ଏହି ସୂଚନା ଦେଇଛନ୍ତି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ଯାପ୍ଟେନ୍ ଦିବ୍ଯ ଶଙ୍କର ମିଶ୍ର I ସେ ଏସବୁ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ରହିଥିବା ସମସ୍ଯାସବୁକୁ କିପରି ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି ା
ମନ୍ତ୍ରୀ କ୍ଯାପ୍ଟେନ୍ ମିଶ୍ର ଦୀର୍ଘଦିନ ଧରି ଉଚ୍ଚ ନ୍ଯାୟାଳୟଠାରେ ବିଚାରାଧୀନଥିବା ଓଡ଼ିଶା ଟେକ୍ସଟାଇଲ୍ ମିଲ୍ର ମାମଲାର ତୁରନ୍ତ ଫଇସଲା ଉପରେ ଜୋର ଦେଇ ଏଠାରେ ବ୍ଯାପକ ପୁଞ୍ଜିନିବେଶ ଆହ୍ବାନ କରାଯିବା ସହ ପର୍ଯ୍ଯାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ଏକ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବାକୁ ସେ ପ୍ରସ୍ତାବ ରଖତ୍ଥିଲେ ା ଏସବୁ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ରହିଥିବା ମାମଲା ଫଇସଲା ହେବା ପରେ ଇଡ୍କୋ ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆବଶ୍ଯକୀୟ ପଦକ୍ଷେପ ନେଇ ଓଟିଏମ୍ ଚୌଦ୍ୱାରକୁ ଏକ ବିଶ୍ୱସ୍ତରୀୟ ଟେକ୍ସଟାଇଲ୍ ପାର୍କରେ ପରିଣତ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା ା ଏହି ଅବସରରେ ମନ୍ତ୍ରୀ ବଲାରପୁର କାଗଜକଳର ପୁନଃକାର୍ଯ୍ଯକ୍ଷମ ସକାଶେ ମ୍ଯାନେଜ୍ମେଣ୍ଟ ସହ ଆଲୋଚନା ଏବଂ ରାଜସ୍ବ ବିଭାଗ ସହ ଜମିଜମା ସଂକ୍ରାନ୍ତୀୟ ମାମଲ ାର ସମାଧାନ କରି ଏ ଦ ଗି ରେ ପଦ କ୍ଷେପ ନେବାକୁ କହିଥିଲେ ା ଅନୁରୂପ ଭାବେ ଜଗତପୁର ପେପ୍ସି ୟୁନିଟ୍ ଦ୍ୱାରା କରାଯାଇଥିବା ଆବଣ୍ଟିତ ଜମିରେ ଅନିୟମିତତାକୁ ବିଧିପୂର୍ବକ ସମାଧାନ କରିବାକୁ ଜିଲ୍ଲାପାଳ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ା
ଏହି ଭିଡ଼ିଓ ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଇଡ୍କୋ ଶ୍ରୀ ସଂଜୟ କୁମାର ସିଂ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏବଂ ଅତିରିକ୍ତ ପୋଲିସ୍ ଉପଆୟୁକ୍ତ ପ୍ରମୋଦ କୁମାର ରଥ ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତପ୍ରଦାନ କରିଥିଲେ ା