ଚିଟଫଣ୍ଡ ଦୁର୍ନୀତି ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
- ଭୁବନେଶ୍ୱର// TATKAL ODISHA //
- ରିପୋର୍ଟ : ମାନସ ରଞ୍ଜନ ପାତ୍ର
ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଦେଇଛନ୍ତି I ଏଥିସହ ସିବିଆଇକୁ ଵି ନୋଟିସ ଦେଇଛନ୍ତି ସୁପ୍ରିମକୋର୍ଟ I ଫଳରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ମନରେ ନୂଆ ଆଶା ସଂଚାର ହୋଇଛି I
ପ୍ରାୟ ଦଶବର୍ଷ ବିତିଯାଇଥିଲେ ବି ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିନି I ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଘଟଣାର ତଦନ୍ତ କରୁଥିଲା I
– ରାଜ୍ୟ ସରକାର ମଧ୍ୟ ଏକ ତଦନ୍ତ କମିଶନ ଗଠନ କରିଥିଲେ I
– ବାରମ୍ବାର କାର୍ଯ୍ୟକାଳ ବଢ଼ାଯାଇ ଏବେ କମିଶନ ବନ୍ଦ କରାଯାଇଛି I
– ଠକ ସଂସ୍ଥା ଠାରୁ ବହୁ କୋଟି ଅର୍ଥ ମଧ୍ୟ ଆଦାୟ କରାଯାଇଛି I
ସେଥିପାଇଁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରାଇବା ପ୍ରସଙ୍ଗରେ ହିଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ୍ ଜାରି ହୋଇଛି I