ଚାଲି ଗଲେ କୋକିଳ କଣ୍ଠି ଭାରତ ରତ୍ନ ଲତାଦିଦି

0

  • ୯୨ ବର୍ଷ ବୟସରେ ସେ ପରଲୋକ ଗମନ
  • ସଙ୍ଗୀତ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି
  • ବିୟୋଗ କେବଳ ଭାରତ ନୁହେଁ ସାରା ବିଶ୍ୱକୁ ସ୍ତବ୍ଧ 

ମୁମ୍ବାଇ//TATKAL ODISHA//

ରିପୋର୍ଟ //କଳାକୃଷ୍ଣ ମହାରଣା 

ବିଶ୍ୱପ୍ରସିଦ୍ଧ ଗାୟିକା, ସୁରସମ୍ରାଙ୍ଗୀ ଓ କୋକିଳ କଣ୍ଠି ଲତା ଦିଦି ଆଉ ଇହଜଗତରେ ନାହାନ୍ତି Iମୁମ୍ୱାଇରେ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି ।୯୨ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି ।  ସଙ୍ଗୀତ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି Iତାଙ୍କ ବିୟୋଗ କେବଳ ଭାରତ ନୁହେଁ ସାରା ବିଶ୍ୱକୁ ସ୍ତବ୍ଧ କରିଛି I 

 ଲତା ଦିଦି ଗତ ଜାନୁଆରୀ ୮ରେ କରୋନା ସଂକ୍ରମିତ ହେବା ପରେ ମୁମ୍ୱାଇ  ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ I  ପରେ ଭଲ ହୋଇ ଘରକୁ ଫେରିଥିଲେ I ପୁଣି ମା ସରସ୍ବତୀ ପୂଜାଦିନ ଲତା ଦିଦିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଚଳାଇଥିଲେ । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ  ସତ୍ତ୍ୱେ ସେ  ବଞ୍ଚି ପାରି ନ ଥିଲେ I 

ସ୍ବର୍ଗତା ଲତା ମଙ୍ଗେସକର ଆଠ ବର୍ଷ ବୟସରୁ ଗୀତ ଗାଇ ଅସୁଛନ୍ତି  I କ୍ଲାସିକାଲ୍ ହେଉ କି ରୋମାଣ୍ଟିକ, ପୁଣି ଭକ୍ତି ସଙ୍ଗୀତ ଓ ଦେଶପ୍ରେମ ଭରା ସଙ୍ଗୀତ ସବୁଥିରେ ସେ ଶୀର୍ଷରେ ଥିଲେ I  କୋଟି କୋଟି ଶ୍ରୋତାଙ୍କୁ କରିଥିଲେ  ମନ୍ତ୍ରମୁଗ୍ଧ  । ୭୫ ବର୍ଷ ଲମ୍ବା କ୍ୟାରିୟରରେ ୨୫ ହଜାରରୁ ଅଧିକ ଗୀତ ଗାଇଛନ୍ତି । ନିଜ ଭାଇ ଭଉଣୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିବାହ କରି ନଥିଲେ ଦିଦି I 

ତାଙ୍କୁ  ୩ ଥର ଜାତୀୟ ପୁରସ୍କାର ମିଳିଛି । ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେବା ସହ ଦେଶର  ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ବି ତାଙ୍କୁ ପ୍ରଦାନ କରାଯାଇଛି । 

Leave A Reply

Your email address will not be published.