ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟ : ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
- ୯୯.୬୧ ଲକ୍ଷ ଭୋଟର୍ଙ୍କ ହାତରେ ଚାବିକାଠି
- ବୁଥ୍ ଭିତରକୁ ମୋବାଇଲ ଫୋନ୍, କ୍ୟାମେରା,ସ୍ମାର୍ଟ ୱାଚ୍ ନେବା ମନା
ଭୁବନେଶ୍ୱର,//TATKAL ODISHA//
ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ମୋଟ୍ ୯୯.୬୧ ଲକ୍ଷ ଭୋଟର୍ଙ୍କ ହାତରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ।
ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ମତଦାନ ।
ସୁରକ୍ଷା କଡ଼ାକଡି
ଓଡ଼ିଶାରେ ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ହେବ ଭୋଟ୍ । ସେହି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ (ଏସ୍ଟି), ବାଲେଶ୍ୱର, ଭଦ୍ରକ (ଏସ୍ସି), ଯାଜପୁର(ଏସ୍ସି), କେନ୍ଦ୍ରାପଡ଼ା ଓ ଜଗତସିଂହପୁର(ଏସ୍ସି) ।
ଅଧିକ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ :ପ୍ରଧାନମନ୍ତ୍ରୀ
୬ ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ମୋଟ୍ ୬୬ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ୫୫ ଓ ମହିଳା ପ୍ରାର୍ଥୀ ୧୧ ଥିବାବେଳେ ୪୨ ବିଧାନସଭା କ୍ଷେତ୍ର ପାଇଁ ମୋଟ୍ ୩୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷ ୩୩୬ ଓ ମହିଳା ୫୮ ପ୍ରାର୍ଥୀ ରହିଛନ୍ତି । ବହୁ ହେଭିୱେଟ୍ ପ୍ରାର୍ଥୀ ଏଥିରେ ଅନ୍ତର୍ଭୁକ୍ତ । ମତଦାନ ପାଇଁ ସୁରକ୍ଷାକୁ କଡ଼କଡ଼ି କରାଯାଇଛି ।
ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ : ମୁଖ୍ୟମନ୍ତ୍ରୀ
ଗଣମାଧ୍ୟମକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ କହିଛନ୍ତି ଯେ, ଦେଶର ସପ୍ତମ ଓ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ୍ ୯୯ ଲକ୍ଷ ୬୧,୦୫୭ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮,୦୭୬ ପୁରୁଷ, ୪୮ ଲକ୍ଷ ୭୨,୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୮ରହିଛି । ସେହିପରି ୨ଲକ୍ଷ ୫୭,୩୪୫ ଜଣ ୧୮ରୁ୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦ରୁ୨୯ ବର୍ଷ ବୟସର୨୦ ଲକ୍ଷ ୫୧,୫୦୫ ଜଣ ଯୁବ ମତଦାତା ରହିଛନ୍ତି ।
ମୋଟ୍ ୧୦,୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ ଏମିତି ମୋଟ୍ ୧୦,୮୮୨ ମତଦାନ କେନ୍ଦ୍ର ରହିଛି । ମତଦାନ କେନ୍ଦ୍ର ପିଛା ପ୍ରାୟ ୯୧୫ ଜଣ ମତଦାତା ରହିଛନ୍ତି ।