ଚାଞ୍ଚଲ୍ୟ: ବିଧାନସଭାରେ ପଶିଲା ସିବିଆଇ?

0
  • TATKAL ODISHA//BIG BREAKING//
  • ବ୍ରହ୍ମପୁର, ଭୁବନେଶ୍ୱର,କଟକ//ବ୍ୟୁରୋ//
  • ବିଧାନସଭାରେ ପଶିଲା ସିବିଆଇ? ସମନ ପୂର୍ବରୁ କୈଫିୟତ ତଳବ?? 

ଶୁଣିଲେ ଆପଣଙ୍କୁ କେମିତି କେମିତି ଲାଗିପାରେ, ହେଲେ ଘଟଣାଟି କେତେକାଂଶରେ ସତ ବୋଲି ଚର୍ଚ୍ଚା ଜୋର ଧରିଛି I ତେବେ ସରକାରୀ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ I

ଓଡ଼ିଶା ବିଧାନସଭା

ମମିତା ହତ୍ୟାକାଣ୍ଡ ଭଳି ବିଭିନ୍ନ ଘଟଣାକୁ ନେଇ ବିଜେଡି -ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିଲାବେଳେ ସିବିଆଇର ଏଭଳି ସକ୍ରିୟତା(?) କିଛି ଭଲ ଦେଖା ଯାଉନାହିଁ I ଯଦି ବିଧାନସଭାକୁ ସିବିଆଇ ଯିବା ସତ, ତାହାଲେ ରାଜନୈତିକ ଦୃଷ୍ଟିରୁ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ଓ ଗୁରୁତ୍ୱପୂର୍ଣ I ଶୀତ ଅଧିବେଶନ ପୂର୍ବରୁ ଏହି ଘଟଣା ବି ଯେତିକି ରୂଚକପୂର୍ଣ୍ଣ, ସେତିକି ଗମ୍ଭୀର I ତେଣୁ ଗୃହ ଆରମ୍ଭ ହେବା ପରେ ସ୍ଥିତି ସରଗରମ ହୋଇପାରେ I

ତତ୍କାଳ ଓଡ଼ିଶା’ର  ଅନୁସନ୍ଧାନ ଟିମ ସିବିଆଇ ସକ୍ରିୟତା ଉପରେ ନଜର ଦେଇଥିଲା I କେତେକ ତଦନ୍ତକାରୀ ଅଧିକାରୀଙ୍କୁ ଭେଟିବାକୁ ଚେଷ୍ଟା କରାଯାଇଥିଲା I ସୂଚନାନୁସାରେ ସିବିଆଇ ଓଡ଼ିଶାକୁ ପୁଣି ଥରେ ଫେରିଛି !! ପୁରୁଣା ଓ ନୂଆ ଘଟଣା ଉପରେ ତଦନ୍ତ କରିବ I ତଦନୁଯାୟୀ ଅଚାନକ ଚଡାଓ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଆବଶ୍ୟକ ସ୍ଥଳେ ଗିରଫ ବି କରାଯିବ I “ତଳିରୁ ତାଳୁ” ଯା ଏ ଯିଏ ହୁଅନ୍ତୁ ନା କାହିଁକି ଛଡା ଯିବନାହିଁ I

ତାହାଲେ ବିଧାନସଭାସଭାକୁ ସିବିଆଇ ଅଧିକାରୀ ପ୍ରବେଶ କରିଵା କଥା ସତ କି ? ଯଦି ହଁ, ତାହାଲେ କେବେ ଓ କାହିଁକି??

ଏଇ କଥା ଜାଣିବାକୁ ଚେଷ୍ଟା ଆମେ ଚେଷ୍ଟା କରିଥିଲୁ I ମାତ୍ର  ସମ୍ପୃକ୍ତ ଉଚ୍ଚ ଅଧିକାରୀ କିଛି ସୂଚନା ଦେଇ ନ ଥିଲେ I ତେବେ ଏକ ସୂତ୍ରରୁ ଜଣାପଡିଛି ଯେ, ସିବିଆଇ ଦୁଇ ଦିନ ପୂର୍ବରୁ ବିଧାନସଭାକୁ ଏକ ଗୁପ୍ତ ଚିଠି ଦେଇ କୈଫିୟତ ତଳବ କରିଛି I ସୂଚନାନୁସାରେ ଯାହାଙ୍କ ଉପରେ ସିବିଆଇ ଅନୁସନ୍ଧାନ କରୁଛି, ସେ ଜଣେ ପ୍ରଶାସକ ନୁହଁନ୍ତ, ରାଜନେତା I ତାଙ୍କର ଘର କେଉଁ ସହରରେ କେତେଟା ଅଛି? କେଉଁ ମାନେ ତାଙ୍କ ସହ ସମ୍ପର୍କରେ ଅଛନ୍ତି? କେତେ ଜମିର ମାଲିକ ସେ ଓ ତାଙ୍କ ପରିବାର ??

  • ଚିଟଫଣ୍ଡରେ ସମ୍ପୃକ୍ତି ନେଇ ବି ସିବିଆଇ ଖୋଳତାଡ଼ କରୁଥିବା ଚର୍ଚ୍ଚା ହେଉଛି I

ଏମିତି ଅନେକ ଲୁକ୍କାୟିତ  ତଥ୍ୟ ସଂଗ୍ରହ କରିବାକୁ ଚିଠିରେ ନିର୍ଦେଶ ଥିବା କୁହାଯାଉଛି I ତେଣୁ ସମ୍ପୃକ୍ତ ରାଜନେତା ଏବେ ଟେନସନରେ ଅଛନ୍ତି I ଅନ୍ୟ କେହି ନ ଜଣାନ୍ତୁ ବୋଲି ସେ ପରାମର୍ଶ ଦେଇଥିବା ଚର୍ଚ୍ଚା ହେଉଛି I

 ତେବେ ସିବିଆଇର ‘କୁହୁଳୁଥିବା ଧୂଆଁ’ କେତେବେଳେ “ହୁତୁ ହୁତୁ” ହୋଇ ଜଳିବ,  ତାହା ଏବେଠାରୁ ଆକଳନ କରିବା ମୁସ୍କିଲ I 

2024 ସାଧାରଣ ନିର୍ବାଚନର “ଫାଇନାଲ ଲଢେଇ” ପୂର୍ବରୁ ପଞ୍ଚାୟତ ନିର୍ବାଚନ ହିଁ ସେମି ଫାଇନାଲ I ଏଭଳି ସ୍ଥିତିରେ ସିବିଆଇକୁ ନେଇ ବିଜେପି -ବିଜେଡି ମଧ୍ୟରେ ଆଉ ଭାବ ପୀରତି ରହିଲା ଭଳି ମନେ ହେଉନାହିଁ I ଆଗକୁ ମୁହାଁମୁହିଁ ସ୍ଥିତି ହେଲା ଭଳି ଜଳ ଜଳ ଦିଶୁଛି ବୋଲି ରାଜନୈତିକ ବିଶାରଦ ମତବ୍ୟକ୍ତ କରିଛନ୍ତି I 

Leave A Reply

Your email address will not be published.