ଚଉଦ ବର୍ଷ ପରେ ବଦଳିଲେ ମାଥି

0

ଭୁବନେଶ୍ୱର//TATKAL ODISHA//
ବରିଷ୍ଠ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବୁଧବାର ବିଳମ୍ବିତ ରାତ୍ରୀରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ପ୍ରକାଶ ପାଇଛି I

ଏକାଥରରେ ୯ ବାବୁ ବଦଳିଛନ୍ତି।

ଦୀର୍ଘ ୧୪ ବର୍ଷ ପରେ ଗୃହ ଓ ନଗର ଉନ୍ନୟନ ବିଭାଗରୁ ବଦଳିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ୍ । ତାଙ୍କୁ ଗୋପବନ୍ଧୁ ଏକାଡେମୀର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।


 ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରେ ଆସୀନ ଥିବା ନିକୁଞ୍ଜ ଧଳଙ୍କୁ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଉକ୍ତ ପବବୀରେ ଥିବା ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଶିଳ୍ୱ ବିଭାଗ ସହ ଏମ୍‌ଏସ୍‌ଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ଆସୀନ କରାଯାଇଛି ।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସଂଦଦୀୟ ବ୍ୟାପାର ବିଭାଗ ସହ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟତ୍ୱ ମିଳିଛି ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସାଶ୍ୱତ ମିଶ୍ରଙ୍କୁ ବଡ଼ ଦାୟତ୍ୱ ମିଳିଛି । ସେ ନିଜ କାର୍ଯ୍ୟ ସହ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ସମ୍ଭାଳିବେ । ଏହାବ୍ୟତୀତ ଓଏସ୍‌ଏସ୍‌ଏସ୍‌ସିର ଚେୟାରମ୍ୟାନ ଭାବେ ପୂର୍ବପରି କାର୍ଯ୍ୟ ସମ୍ପାଦନ କରିବେ ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବଙ୍କୁ ଇ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ତାଙ୍କୁ ମଧ୍ୟ ଗ୍ରୀଡ୍‌କୋ ଅଧ୍ୟକ୍ଷ ପଦବୀରୁ ଅବ୍ୟାହତି ଦିଆଯାଇଛି ଓ ସେ ଓଏଫଡିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟତ୍ୱ ତୁଲାଇବେ ।
 ଅନ୍ୟପକ୍ଷରେ ଓଡ଼ିଶା ଲ୍ୟାଣ୍ଡ ରେକର୍ଡ ଆଣ୍ଡ ସେଟଲମେଣ୍ଟ ବିଭାଗର କମିଶନର ଥିବା ଭାସ୍କରଜ୍ୟୋତି ଶର୍ମାଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଉକ୍ତ ପଦବୀରେ ଥିବା ଭୀନିଲ କ୍ରୀଷ୍ଣାଙ୍କୁ ଉକ୍ତ ପଦବୀରୁ ଅବ୍ୟାହତି ଦିଆଯିବା ସହ ଓଡ଼ିଶା ଲ୍ୟାଣ୍ଡ ରେକର୍ଡ ଆଣ୍ଡ ସେଟଲମେଣ୍ଟ ବିଭାଗର କମିଶନର ଭାବେ ବଦଳି କରାଯାଇଛି । 

Leave A Reply

Your email address will not be published.