ଘୁର୍ଣ୍ଣିବଳୟର ଧୀରଚଳନ : ଗୋଟାଉଛି ବଳ

0
  • ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ, ଖୁବ ଛେଚିବ 
  • ୧୬ ଓ ୧୭ରେ ଅଧିକାଂଶ ଜିଲ୍ଲାରେ ପବନ ସହ ପ୍ରବଳ ବର୍ଷା 


ଭୁବନେଶ୍ୱର//TATKAL ODHISHA//


ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅଧିକ ଘନିଭୂତ ହୋଇ ଲଘୁଚାପ ରୂପ ନେଇଛି I ତାହା  କେନ୍ଦ୍ରୀୟ ବଙ୍ଗୋପସାଗରରୁ ଆସନ୍ତା ୨୪ ଘଣ୍ଟାରେ ଭୟଙ୍କର ରୂପ ନେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ I ଧୀରଚଳନ ଯୋଗୁଁ ଶକ୍ତିଶାଳୀ ହେଉଛି I ଯଦି ‘ବାତ୍ୟା’ ରୂପ ନିଏ ତାହାଲେ ପରେ ସ୍ଥିତି ବଦଳିବ I

ବାତ୍ୟା ଉତ୍ପତି ସ୍ଥଳ

ସାର୍ଟେଲାଇଟ ଓ ମଡ୍ୟୁଲାର ରିପୋର୍ଟ ଅନୁସାରେ ଲଘୁଚାପ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି I ଏହାର ପ୍ରଭାବରେ ଅକ୍ଟୋବର ୧୬ ଓ ୧୭ରେ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ପବନ ସହ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି I
ଉକ୍ତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ୧୪ ରୁ ଉପକୂଳ ଓଡ଼ିଶାରେ ପାଗ ବଦଳିଛି I ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୪୦ରୁ ୫୦ କିମି ମଧ୍ୟରେ ରହିବ। ୧୫ରୁ ବର୍ଷାର ପରିମାଣ ଆହୁରି ବୃଦ୍ଧିପାଇବ। ବିଶେଷ କରି ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।


ସମ୍ପୃକ୍ତ ଲଘୁଚାପଟି ଉପକୂଳ ନିକଟରେ ପହଞ୍ଚିବା ପୂର୍ବରୁ ଅବପାତ ଓ ଗଭୀର ଅବପାତ ରୂପ ନେବା ସମ୍ଭାବନା ଅଧିକ ଥିବା ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଗୁଡ଼ିକ ଏବେ ମତ ରଖୁଛନ୍ତି। ୱିଣ୍ଡି, ଆମେରିକାର ଜିଏଫ୍ଏସ୍ ମଡେଲ, ୟୁରୋପିଆନ୍ ଇସିଡବ୍ଲୁଏମ୍ଏଫ୍ ମଡେଲ, ସ୍କାଏମେଟ୍ ଆଦି ସଂସ୍ଥା ଏହାକୁ ଏକ ସାମୁଦ୍ରିକ ଝଡ଼ ଆଶଙ୍କା କରିଛନ୍ତି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା ଓ ଗତିପଥର ସଠିକ୍ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଜ୍ଞାନୀମାନେ ପ୍ରକାଶ କରିଛନ୍ତି ।


  ଅନ୍ୟପକ୍ଷରେ  ଅଧା ଓଡିଶାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି I ବାକି ଜିଲ୍ଲାରେ ମୌସୁମୀ ଯିବାର ପାଗ ଅନୁକୂଳ ରହିଛି I ହେଲେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଏନେଇ ବାଧା ସୃଷ୍ଟି କରୁଛି I

  • ଦେଖନ୍ତୁ TATKALODHISHAର ପୂର୍ଵ ରିପୋର୍ଟ

ଦାନା ବାନ୍ଧିଲା ବାତ୍ୟା:14 ସୁଦ୍ଧା ଘାଣ୍ଟିବ?

ଦାନା ବାନ୍ଧିଲା ‘ବାତ୍ୟା’:14 ସୁଦ୍ଧା ଘାଣ୍ଟିବ?

Leave A Reply

Your email address will not be published.