ଘରୋଇ ଚ୍ୟାନାଲ ବିରୋଧରେ ବିଷ ଉଦ୍‌ଗାରିଲେ ଓଡ଼ିଶା ଆଦିବାସୀ ମହାସଂଘ: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ

0
  • ଜରୁରୀ ପଦକ୍ଷେପ ନ ନହେଲେ ବିକ୍ଷୋଭ, ଦେଲେ ଚେତାବନୀ

ଭୁବନେଶ୍ୱର//TATKAL ODISHA//
ଓଡ଼ିଶାର ଏକ ଘରୋଇ ଚ୍ୟାନେଲ ଓ ଏହାର ପ୍ରତିଷ୍ଠାତାଙ୍କ ଦ୍ୱାରା କିସକୁ ବଦନାମ କରାଯାଉଥିବାରୁ ୮ଲକ୍ଷ ଜନଜାତି ପରିବାର ଏଥିରେ ବ୍ୟସ୍ତ, ବିବ୍ରତ ଓ ବିଚଳିତ। ୨୦୧୧ ମସିହାରୁ କିସ୍‌, କିଟ୍ ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ଅବାନ୍ତର, କପୋଳକଳ୍ପିତ, ମନଗଢ଼ା, ନିରାଧାର, ଅସତ୍ୟ ଓ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣ କରି ବଦ୍‌ନାମ କରିଚାଲିଛି। ଫଳରେ ଏହା ସାଧାରଣରେ ପରିବେଶ କଳୁଷିତ ହେବା ସହ ହଜାର ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପତ୍ତି ସୃଷ୍ଟି କରିଛି। ଏଭଳି ଆଦିବାସୀ ବିରୋଧୀ, ବିକାଶ ବିରୋଧୀ ଓ ସଂପୂର୍ଣ୍ଣ ଜନବିରୋଧୀ କାର୍ଯ୍ୟ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ଜନଜାତିଙ୍କ ପିଲାମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରନ୍ତୁ ବୋଲି ଓଡ଼ିଶା ଆଦିବାସୀ ମହାସଂଘ ଓ କିସ୍ ଅବିଭାବକ ସଂଘ ଅନୁରୋଧ କରିଛି।


 ସୋମବାର ଗଣମାଧ୍ୟମକୁ ସଂଗଠନ ଦ୍ୱୟ କହିଛନ୍ତି ଯେ, କିସ୍ ଓ ଏହାର ପ୍ରତିଷ୍ଠାତାଙ୍କୁ ବିଭିନ୍ନ ମାଧ୍ୟମରେ ବଦନାମ ଓ ହଇରାଣ କରାଯାଉଥିବାରୁ ଏହାର ଆମେ ବିରୋଧ କରିଛୁ। ୩୩ ବର୍ଷ ଧରି ଜନଜାତି ଛାତ୍ରଛାତ୍ରୀମାନେ ଅତି ଆନନ୍ଦରେ କିସ୍‌ରେ ଶିକ୍ଷାଲାଭ କରି ବିକାଶର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । କିସ୍ ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟି କରିପାରିଛି । ଆରମ୍ଭରୁ କିସ୍ ପରିଚଳନାରେ କେବେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ। ସେମାନେ କହିଛନ୍ତି କିଟ୍ ହେଉଛି ଆମର ଭାତହାଣ୍ଡି ଏବଂ କିସ୍ ହେଉଛି ଆମର ହୃଦପିଣ୍ଡ। କିନ୍ତୁ ୮୦ ହଜାର ଆଦିବାସୀ ପିଲା ମଣିଷ ହେଇ ସାରିଲେଣି। ପ୍ରତି ପିଲାର ପରିବାର ଓ ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବଙ୍କୁ ହିସାବ କଲେ ୮ ଲକ୍ଷ ପରିବାର କିସ୍ ସହ ଜଡ଼ିତ ଅଛନ୍ତି। ସମ୍ପ୍ରତି ଓଡ଼ିଶାର ୩୦ଟି ଜିଲ୍ଲା ଓ ଭାରତର ୧୫ଟି ରାଜ୍ୟର ୪୦ ହଜାର ଜନଜାତି ପିଲା କିସ୍ରେଦ ପଢ଼ୁଛନ୍ତି। ସମ୍ପ୍ରତି ନିର୍ଦ୍ଦିଷ୍ଟ ଗଣମାଧ୍ୟମର କାର୍ଯ୍ୟଶୈଳୀରେ କିସ୍ କ୍ୟାମ୍ପସ୍‌ରେ ରହୁଥିବା ୪୦ ହଜାର ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । କିସ୍ ବନ୍ଦ ହୋଇଗଲେ ଏହି ଛାତ୍ରଛାତ୍ରୀମାନେ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି।

“ଲୁଚିଛପି ଡ୍ରୋନ୍ ଜରିଆରେ କ୍ୟାମ୍ପସ୍ ମଧ୍ୟରେ ଥିବା ଛାତ୍ରୀନିବାସର ଫଟୋ ଉତ୍ତୋଳନ କରାଯିବା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ”: ଆଦିବାସୀ ମହାସଂଘ


 ଓଡ଼ିଶା ଆଦିବାସୀ ମହାସଂଘ ଓ କିସ୍ ଅବିଭାବକ ସଂଘ କହିଛନ୍ତି ଯେ, ଉକ୍ତ ଘରୋଇ ଚ୍ୟାନେଲ୍ କିସ୍ କ୍ୟାମ୍ପସ୍ ନିକଟରେ ଥିବାରୁ କିସ୍ ପିଲାମାନେ ସ୍କୁଲ ଯିବା ଆସିବା ସମୟରେ ଚ୍ୟାନେଲ ପ୍ରତିନିଧିମାନେ ସେମାନଙ୍କଠାରୁ ଜବରଦସ୍ତ ବାଇଟ୍ ନେବା ସହ କିସ୍ ଛାଡ଼ି ଚାଲିଯିବାକୁ ଫୋନରେ ଧମକ ଦେଉଛନ୍ତି। ଏପରକିି ଲୁଚିଛପି ଡ୍ରୋନ୍ ଜରିଆରେ କ୍ୟାମ୍ପସ୍ ମଧ୍ୟରେ ଥିବା ଛାତ୍ରୀନିବାସର ଫଟୋ ଉତ୍ତୋଳନ କରାଯିବା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ।
ଏଭଳି କଦର୍ଯ୍ୟ କାର୍ଯ୍ୟର ଘୋର ବିରୋଧ କରି ଓଡ଼ିଶାର ୮ଲକ୍ଷ ଜନଜାତି ପରିବାରର ପ୍ରତିନିଧି ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେଣୁ ଉକ୍ତ ଚ୍ୟାନେଲର ଲାଇସେନ୍ସ ରଦ୍ଦ ସହ ଏହାର କାର୍ଯ୍ୟାଳୟ କିସ୍ କ୍ୟାମ୍ପସ ନିକଟରୁ ହଟାଇ ନିଆଯାଉ ବୋଲି ଦାବି କରିଛନ୍ତି।

ନହେଲେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ୪୦ ହଜାର ଛାତ୍ରଛାତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ। ସମଗ୍ର ଓଡ଼ିଶାରେ ୮ଲକ୍ଷ ଆଦିବାସୀ ପରିବାର ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିବେ ବୋଲି ଚେତବନୀ ଦେଇଛନ୍ତି।

Leave A Reply

Your email address will not be published.