ଗ୍ରାମାଞ୍ଚଳରେ ଗ୍ରେ ୱାଟର ମ୍ୟାନେଜମେଣ୍ଟ ପାଇଁ 1279.07 କୋଟି
ଭୁବନେଶ୍ୱର //TATKAL ODISHA//
ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ଗ୍ରାମାଞ୍ଚଳରେ ୨୦୧୯ଠାରୁ ଗ୍ରେୱାଟର ମ୍ୟାନେଜମେଣ୍ଟ ପାଇଁ ଗର୍ତ୍ତ ବା ଶୋକ ପିଟ ଓ ଲିଚ୍ ପିଟ୍ର ବ୍ୟବସ୍ଥା ରହିଛି । ଏଥିପାଇଁ ୧୨୭୯.୦୭ କୋଟି ଅର୍ଥରାଶି ବ୍ୟୟ ବରାଦ କରାଯାଇଛି ।
ମଙ୍ଗଳବାର ବିଧାନ ସଭାରେ ବିଧାୟକ ଆକାଶ ଦାସନାୟକଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ
ରବି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି ।
କୋରେଇ ବିଧାୟକ ଆକାଶ ଦାସ ନାୟକ
+++++++++++++++++++++++++++++++
ମନ୍ତ୍ରୀ କହିଛନ୍ତି ଯେ, ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ୨୦୧୯ ମସିହାଠାରୁ ଜୈବିକ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟକ୍ତିଗତ ଓ ସାର୍ବଜନୀନ କମ୍ପୋଷ୍ଟ ପିଟ୍ ର ବ୍ୟବସ୍ଥା ମଧ୍ୟ ରହିଛି । ଅଣ-ଜୈବ କଠିନ ବର୍ଜ୍ୟବସ୍ତୁର ପରିଚାଳନା, ସହରାଞ୍ଚଳ-ଗ୍ରାମାଞ୍ଚଳ ସମନ୍ୱୟ ମାଧ୍ୟମରେ ସହରାଞ୍ଚଳ ସାମଗ୍ରୀ ପୁନରୁଦ୍ଧାର ବ୍ୟବସ୍ଥା ( ଅର୍ବାନ ଏମ୍ଆର ଏଫ) ଏବଂ ଗ୍ରାମାଞ୍ଚଳ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ ମାଧ୍ୟମରେ କରାଯାଉଛି।ମନ୍ତ୍ରୀ ପୁଣି କହିଛନ୍ତି ଯେ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନେ ଘରକୁ ଘର ବୁଲି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଆଦି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିପାଇଁ ସେମାନେ ଟ୍ରାଇ ସାଇକେଲ କିମ୍ବା ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କରିଥାନ୍ତି । ସଂଗୃହୀତ ବର୍ଜ୍ୟବସ୍ତୁକୁ ସଂରକ୍ଷଣ ଓ ପୃଥକୀକରଣ ପାଇଁ ଗ୍ରାମ ପଞ୍ଚାୟତ ଓ ଗ୍ରାମରେ ପୃଥକୀକରଣ ସେଡ୍ ର ବ୍ୟବସ୍ଥା ରହିଛି ।
“କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୬୭. ୬୩ କୋଟି ଅର୍ଥରାଶି ବ୍ୟୟ ବରାଦ କରାଯାଇଛି”: ମନ୍ତ୍ରୀ
ମନ୍ତ୍ରୀ କହିଛନ୍ତି ଯେ , କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୬୭. ୬୩ କୋଟି ଅର୍ଥରାଶି ବ୍ୟୟ ବରାଦ କରାଯାଇଛି । ସର୍ବମୋଟ ୮.୯୪୭ ଟି କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଗ୍ରାମାଞ୍ଚଳରେ ନିର୍ମାଣ ହୋଇଛି ଏବଂ ୪.୭୨୨ ଟି କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ୨୦୨୪, ୨୫ ଆର୍ଥିକ ବର୍ଷରେ ନିର୍ମାଣ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।