ଗୁଳି ମାଡରେ ଟଳି ପଡ଼ିଲେ ଜାପାନର ସିଞ୍ଜୋ ଆବେ, ତଦନ୍ତ ଆରମ୍ଭ

0

  • ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ସାରା ବିଶ୍ୱରେ ଶୋକର ଛାୟା
  • ଆତତାୟୀକୁ ଗିରଫ ସହ କାରଣ ଖୋଜୁଛି ପୋଲିସ
  • ଟୋକିଓ//TATKAL ODISHA//

ଆତତାୟୀର ଗୁଳି ମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିହତ ହୋଇଛନ୍ତି I ଏହି ଖବର ପ୍ରଚାର ହେବା ମାତ୍ରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି I ଗୁଳି କରିଥିବା ଆତତାୟୀକୁ ପୋଲିସ ଗିରଫ ସହ ତା’ ପଛରେ କିଏ ତଦନ୍ତ ଆରମ୍ଭ କରିଛି I

“ସିଞ୍ଜୋ ଆବେଙ୍କ ସମ୍ମାନରେ ଶନିବାର ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ, ନିର୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ”

ଶୁକ୍ରବାର ଜାପାନର ଦକ୍ଷିଣାଞ୍ଚଳର “ନାରା”ରେ ଏକ ସାଧାରଣ ସଭାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ “ଆବେ ସିଂଜୋ “ସମ୍ବୋଧନ ଜରୁଥିବା ସମୟରେ ଭିଡ଼ ମଧ୍ୟରୁ କୌଣସି ଆତତାୟୀ ଅତର୍କିତ ତାଙ୍କ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା।

ଦୁଇଟି ଗୁଳି ଆବେଙ୍କ ବେକ ଓ ଛାତିରେ ବାଜିବାରୁ ସେ ଅତି ଗୁରୁତର ଭାବେ ସେଠାରେ ପଡିଯାଇଥିଲେ।ତାଙ୍କୁ ସଂଗେ ହେଲିକପ୍ଟର ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅପରପକ୍ଷରେ ଘଟଣା ସ୍ଥଳରୁ ଜାପାନ ପୋଲିସ “ତେତସୂୟା ୟାମାଗାମୀ “ନାମକ ଜୈନକ ୪୨ବର୍ଷୀୟ ବ୍ୟକ୍ତିକୁ କବ୍ଜାକୁ ନେଇଛି I ତାଠାରୁ ହତ୍ୟାରେ ବ୍ୟବହୃତ ବନ୍ଧୁକଟିକୁ ପୋଲିସ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

କେଉଁ କାରଣରୁ ସେ ମାରିଲା? ତା ‘ ପଛରେ କିଏ ରହିଛି? ତାଉପରେ ତନାଘନା ଚାଲିଛି I

Leave A Reply

Your email address will not be published.