ଶ୍ରୀଭାର୍ଗଭ ମହର୍ଷି ପୀଠରେ ଶ୍ରୀଗୁରୁ ବନ୍ଦନା

0
  • //TATKAL ODISHA// ଗୁରୁପୂଜନ//

*************************************

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱରଃ

ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରୁବେ ନମଃ”

+++++++++++++++++++++++++++++

ଗୁରୁ ହିଁ ବ୍ରହ୍ମା I ଗୁରୁ ହିଁ ବିଷ୍ଣୁ I ଗୁରୁ ହିଁ ଈଶ୍ୱର I ଆଉ ଗୁରୁ ହିଁ ପରମେଶ୍ୱର I

ଗୁରୁଙ୍କ ଆଶୀର୍ବାଦ ବିନା ଶିଷ୍ୟ ସଫଳତାର ଶୀର୍ଷରେ ପହଂଚିବା କଷ୍ଟ I ତେଣୁ କୁହାଯାଏ ଭଗବାନଙ୍କୁ ଆରାଧନା କରିବା ପୂର୍ବରୁ ଗୁରୁଙ୍କୁ ଆଗ ପୂଜା କରିବା ବିଧେୟ I କାରଣ ଗୁରୁ ସମସ୍ତଙ୍କ ନମସ୍ୟ ଓ ପୂଜ୍ୟ I ପ୍ରାଚୀନ ଭାରତରେ ଏଭଳି ଗୁରୁ-ଶିଷ୍ୟ ପରମ୍ପରା ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଆସିଛି I

ଏବେବି ବଲବତ୍ତର I ଗୁରୁପୂର୍ଣ୍ଣିମା ଅବସରରେ ଖୋର୍ଦ୍ଧା ଜିଲ୍ଲା ଝିଣ୍ଟି ଶାସନରେ ଥିବା ଶ୍ରୀ ଶ୍ରୀ ଭାର୍ଗବ ମହର୍ଷି ପୀଠର ଶ୍ରୀଗୁରୁ ଅଭିରାମ ଦାଶ ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀଗୁରୁ ବନ୍ଦନା, ଗୁରୁ ପୂଜନ ଓ ଭଜନ କୀର୍ତ୍ତନ ହୋଇଥିଲା I

ଭକ୍ତ ମାନଙ୍କ ରଘୁନାଥ ମହାନ୍ତି, ବସନ୍ତ ମିଶ୍ର, ଜୟନ୍ତ ଜେନା, ଅନିଲ ମହାରଣା, ବିଶ୍ୱନାଥ ସାହୁ, ଗିରିଶ ବାବୁ, ପ୍ରବୋଧ ନନ୍ଦ, ଗୁନ ଭାଇନା, ସୁବାଷ ନାୟକ ଓ ବିନୋଦ ଭାଇ ପ୍ରମୁଖ ଉପସ୍ଥିତ ଥିଲେ I

ଗୁରୁ ପୂଜନ

Leave A Reply

Your email address will not be published.