ଗୁରୁବାରରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ : କଣ ନୂଆ ନିୟମ ଜାଣନ୍ତୁ

0

ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ):  ଗୁରୁବାର 21 ତାରିଖ ଠାରୁ ପୂର୍ବ ଭଳି ସମସ୍ତ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ । କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକତା ନାହିଁ । ହେଲେ  ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସ୍‌ଓପିକୁ ମାନିବାକୁ ପଡ଼ିବ।

 30, 000 ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ… 

ରବିବାର ପୁରାପୁରି ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ସାନିଟାଇଜ୍ କରାଯିବ I  ସେଥିପାଇଁ ଅଗ୍ନିଶମ କାର୍ଯ୍ୟାଳୟକୁ ଅବଗତ କରାଯାଇଛି ।ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ମଧ୍ୟରେ ବିଚାର ବିମର୍ଶ ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଟକଣା କୋହଳ କରାଯାଇଛି ।

କଣ ନିୟମ ରହିଛି ଦେଖନ୍ତୁ… 


³ ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ 
³ ବିନା କୋଭିଡ୍ ପ୍ରମାଣପତ୍ରରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ  
³ ଥର୍ମାଲ ସ୍କ୍ରିନିଂରେ ଦେହର ତାପମାତ୍ରା ୧୦୦ଡିଗ୍ରୀ ଥିଲେ ପ୍ରବେଶ ମନା ³ ଅସୁସ୍ଥ ଥିଲେ ବି ଶ୍ରୀମନ୍ଦିର ପ୍ରବେଶକୁ ବାରଣ କରାଯିବ । 
³ ସକାଳ ୬ଟାରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା 
³ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ
³ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନର ବ୍ୟବସ୍ଥା 
³ ପ୍ରତିଦିନ ପାଖାପାଖି ୩୦ହଜାର ଭକ୍ତ ଦର୍ଶନ କରିବେ 
³ ଆବଶ୍ୟକ ପଡିଲେ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା

Leave A Reply

Your email address will not be published.