ଗୀତାଞ୍ଜଳିଙ୍କୁ ଶ୍ରଦ୍ଧାଞ୍ଜଳି

0
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀ// ଗୀତାଞ୍ଜଳି ପାଣି//


ଭୁବନେଶ୍ୱର//TATKAL ODISHA//


ଚାହୁଁ ଚାହୁଁ ବିତିଗଲା ବର୍ଷେ I ବିତିଗଲା ବାର ମାସର ଅନେକ  ଘଟଣାବହୁଳ ଦିନସବୁ I ଏଇ ବର୍ଷ ଭିତରେ ବି ଦୁନିଆ ଅନେକ ବଦଳିଛି, ଆଉ ଘଟଣା ଓ ଘନାଘଟା ଭିତରେ କେତେ କଣ ହୋଇଛି I ହେଲେ ଆମେ ବଦଳି ନାହୁଁ I ପ୍ରତିକ୍ଷଣରେ ଆମ ମାନସପଟରେ ତୁମ ପ୍ରତିଛବି ଉଙ୍କି ମାରିଛି .. ଆଉ କାନରେ ଗୁଣୁଗୁଣୁ ହେଉଛି ଶୁଭିଛି ତୁମର ସେଇ ସୁମଧୁ୍ର କଥାସବୁ…

ଗୀତାଞ୍ଜଳି ସହ ବିଚିତ୍ରାନନ୍ଦ…. (ଫାଇଲ )


ତୁମ

 ଶୂନ୍ୟସ୍ଥାନ ଅପୂରଣୀୟ…କେବେ ବି ପୂରଣ ହେବନି ଏଇ ଯିବ ଦଶାରେ..
 – ତୁମେ ହିଁ ତ ମୋ ପାଇଁ ‘ସ୍ମୃତିର ସନ୍ତକ’..

    ତୁମର ସ୍ନେହ, ଶ୍ରଦ୍ଧା, ତ୍ୟାଗ, ନିଷ୍ଠା, ଆନ୍ତରିକତା, ଦୟା, କର୍ତ୍ତବ୍ୟପରାୟଣତା, ଧର୍ମୀୟ ଭାବନା ଓ ଶୈକ୍ଷିକ ଆଦର୍ଶ ଅନନ୍ୟ I ତୁମ ଆବର୍ତ୍ତମାନର ବି ତାହା ଜୀବନ୍ତ I ସେମିତି ରହିବ ସବୁଦିନ I
ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବିନ୍ଦରେ ଏତିକି ପ୍ରାର୍ଥନା ‘ତୁମର ଆତ୍ମାର ସଦଗତି ହେଉ’ I ତୁମେ ଆରପାରିରେ ନିଶ୍ଚୟ ଶାନ୍ତିରେ ଥିବ.. ଏତିକି ମୋର ବିଶ୍ୱାସ ଅଛି…


ତୁମର

ବିଚିତ୍ର
(ସ୍ୱାମୀ)

Leave A Reply

Your email address will not be published.