ଗାଳ୍ପିକ ଅଜୟ ମହାପାତ୍ରଙ୍କ ନିଚ୍ଛକ ଗପ -‘ଗୁଣ୍ଡା’
//ଗୁଣ୍ଡା//
ଇତି ସାମନ୍ତ । କେନ୍ଦ୍ରପଡ଼ା କଲେଜର ଖୁବ୍ ଲମ୍ବା, ପତଳା ସ୍ଵାସ୍ଥ୍ୟ, ତୋଫା ଗୋରା ଶରୀର, ମୁକ୍ତା ଭଳି ଚକ୍ ଚକ୍ କରୁଥିବା ଦାନ୍ତ, ହରିଣୀ ଭଳି ଆଖି ଖୁବ୍ ସୁନ୍ଦର, ଲମ୍ବା ନାକ ଓ ଘନକଳା କେଶ ଗୁଚ୍ଛ ଯୁକ୍ତ ଥିବା ଏକମାତ୍ର ସୁନ୍ଦର ଝିଅଟି ହେଉଛି ଏଇ ଇତି ସାମନ୍ତ । ସେ କେବଳ ସୁନ୍ଦରୀ ନୁହେଁ ଅନନ୍ୟା ସୁନ୍ଦରୀ ।
କଲେଜ୍ ଟୋକା କହନ୍ତି ସିଙ୍ଗଲ୍ ପିସ୍।
ସେ କେବଳ ରୂପରେ ନୁହେଁ ଗୁଣରେ ଓ ପାଠରେ ବି ଖୁବ୍ ଆଗରେ। ସେ କଲେଜ ଯିବା ରାସ୍ତାରେ ଯେତେ ସବୁ ଘର ପଡ଼େ, ଯେତେ ଛକ ପଡ଼େ, ଯେତେ ସବୁ ପଢ଼େ ପାନ କି ଚା’ ଦୋକାନ ପ୍ରାୟ ସବୁଠି ରୋଟିନ ଭଳି ଠିକ୍ ସମୟରେ ଖୋଲିଯାଏ ଘର ଗୁଡ଼ିକର ଝରକା, ଛକରେ ଖଟି ଓ ଚା’ ଦୋକାନର ଆସର । କିଏ କହାରିକୁ କହୁ ବା ନ ଜହୁ ସମସ୍ତେ ଜାଣିଥାଆନ୍ତି ସେମାନେ କେବଳ ଇତି ସାମନ୍ତକୁ ଅପେକ୍ଷା କରିଛନ୍ତି। ଯଦି କେବେ କେମିତି କେଉଁଦିନ ସୁବିଧା ଅସୁବିଧାରେ ଇତି କଲେଜ ଆସିନି ହେଲେ ଜାଣନ୍ତୁ ସେ ଦିନର ଖଟି ଟା ଭଲ ଜମେନି, ଚା’ ଟା ଭାରି ପାଣିଚିଆ ପାଣିଚିଆ ଲାଗେ ଆଉ ଘରର ଝରକା ଖୋଲାଥାଏ ତା’ ଫେରିବା ବାଟର ଅପେକ୍ଷାରେ କାଳେ ସେମାନେ ତା’ର ଯିବାଟା ମିସ୍ କରିଯାଇଥିବା ଖିଆଲରେ।
ଇଏତ ଥିଲା ଇତି ସାମନ୍ତଙ୍କ ବାଟ ଘାଟର କଥା, ମାତ୍ର କଲେଜ କଥା ପୁରା ପୁରି ନିଆରା। ଇତି ସାମନ୍ତ କଲେଜର ଗେଟ୍ ମାଡ଼ିଲେ, ମନେହୁଏ ଦିନର ସୂର୍ଯ୍ୟଙ୍କ ଆଲୋକରେ ଚନ୍ଦ୍ର ଓ ତାରାମାନେ ଆକାଶ ବକ୍ଷରୁ ଅପସରିଗଲା ଭଳି ଅନ୍ୟ ସମସ୍ତ କଲେଜ ଝିଅ ମାନେ ସବୁ ମଳିନ ପଡ଼ିଯାଆନ୍ତି। ପୁଅ ଗୁଡ଼ା ସବୁ ଇତି ସାମନ୍ତଙ୍କୁ କଣେଇ କଣେଇ ଦେଖିବା ଆଗରୁ ବାରମ୍ବାର ପରକ୍ଷି ନିଅନ୍ତି ନିଜର ଯୋତା, ପ୍ୟାଣ୍ଟ, ସାଟ୍ ଓ ଚୁଟିକୁ।
ଇତି କଲେଜରେ ଆଡ୍ମିସନ୍ ହେବା ଦିନଠୁ କଲେଜ କ୍ୟାମ୍ପସ୍ ଭାରି ରଙ୍ଗିନ ହୋଇ ଉଠିଛି, ଛାତ୍ରଠୁ ପ୍ରଫେସର ପର୍ଯ୍ୟନ୍ତ
ସମସ୍ତଙ୍କର ବେଶଭୂଷା ଓ ଦଶଭୂଷା ଓ ଚୁଟିର ଷ୍ଟାଇଲ୍ ପୁରାପୁରି ବଦଳି ଗଲାଣି। କଲେଜ ମାଗାଜିନରେ ସବୁ ଗପ ଓ କବିତାର ନାୟିକା ଭାବରେ ଦୃଶ୍ୟମାନ ହେଉଛନ୍ତି କେବଳ ଇତି ସାମନ୍ତ I କେହି କେହି ଭାବୁକ କବି ଲେଖନ୍ତି ତାଙ୍କ ଚାଲିରେ ଫୁଟେ ପଦ୍ମ, ଆଉ ହସରେ ଝରେ ମୁକ୍ତା । ତାଙ୍କ ସମ ସାମୟିକ ସବୁ ପୁଅ ଆଖି ବନ୍ଦକଲେ ଦେଖନ୍ତି ଇତିଙ୍କୁ ଖୋଲିଲେ ବି ଦେଖନ୍ତି ସେଇ ଇତିଙ୍କୁ । ମାତ୍ର ଅନନ୍ୟା ସୁନ୍ଦରୀ ଇତି ସାମନ୍ତ ଏମାନଙ୍କ ମଧ୍ୟରୁ ଦେଖେନି, ଦେଖେ ତା’ର ଦି ବର୍ଷ ଉପର ବ୍ୟାଚର ପଢ଼ୁଥିବା ଶିବାନନ୍ଦ ଯାହାକୁ ସମସ୍ତେ ସମସ୍ତେ ଡାକନ୍ତି- ଶିବା ଭାଇ ।
‘ସତରେ ପ୍ରେମଟା ଭାରି ବିଚିତ୍ର । କେଉଁଠି, କେମିତି, କାହାକୁ କାହା ସହ ପ୍ରେମ ହେଇଯିବ କହିବା ମହା ମୁସ୍କିଲ । ସେଇଥିପାଇଁ ତ କୁହାଯାଏ ପ୍ରେମ ଅନ୍ଧ- କିଛି ଦେଖୁପାରେନା ସେ । ପ୍ରେମର ଡୋରିଟା ମଣିଷ ହାତରେ ନୁହେଁ ଈଶ୍ଵରଙ୍କ ହାତରେ । ଏବେ ସେଇୟା ହିଁ ଘଟିଛି ଇତି ସାମନ୍ତଙ୍କ ଜୀବନରେ’
କଲେଜ କ୍ୟାମ୍ପସଠୁ ଆରମ୍ଭ କରି ସାରା କେନ୍ଦ୍ରାପଡ଼ା ସହର ପିଲାଠୁ ବୁଢ଼ାଯାଏ ସମସ୍ତେ ଜାଣନ୍ତି ଏଇ ଶିବାକୁ I କାରଣ ସମସ୍ତଙ୍କ ନଜରରେ ସେ ଗୋଟେ ଗୁଣ୍ଡା। ଶିବା ଗୁଣ୍ଡା। ସତରେ ପ୍ରେମଟା ଭାରି ବିଚିତ୍ର । କେଉଁଠି, କେମିତି, କାହାକୁ କାହା ସହ ପ୍ରେମ ହେଇଯିବ କହିବା ମହା ମୁସ୍କିଲ । ସେଇଥିପାଇଁ ତ କୁହାଯାଏ ପ୍ରେମ ଅନ୍ଧ- କିଛି ଦେଖୁପାରେନା ସେ । ପ୍ରେମର ଡୋରିଟା ମଣିଷ ହାତରେ ନୁହେଁ ଈଶ୍ଵରଙ୍କ ହାତରେ । ଏବେ ସେଇୟା ହିଁ ଘଟିଛି ଇତି ସାମନ୍ତଙ୍କ ଜୀବନରେ । ସୁପ୍ରତିଷ୍ଠିତ ବ୍ୟବସାୟୀ, ସହରର ନାମୀ ଦାମୀ ବ୍ୟକ୍ତି ଦେବେନ୍ଦ୍ର ସାମନ୍ତଙ୍କ ଏକମାତ୍ର ଅଲିଅଳି କନ୍ୟା ଅନନ୍ୟା ସୁନ୍ଦରୀ ଇତି ସାମନ୍ତ ଯେ ସହରର ନାମୀ ଗୁଣ୍ଡାକୁ ଭଲପାଇବସିବ ସେ ସ୍ୱପ୍ନରେ ବି କଳ୍ପନା କରିନଥିବେ।
ଶିବାନନ୍ଦ କେନ୍ଦ୍ରାପଡ଼ା ସହରର ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରର ପିଲା । ବାପା କିରାଣୀ ଚାକିରିରୁ ଅବସର ନେବା ପରେ ଆରପାରିକୁ ଚାଲିଗଲେଣି। ଘରେ ସେ, ତା’ ସାନ ଭଉଣୀ ଊର୍ମି ଓ ବିଧବା ମା’ ଶାନ୍ତିପ୍ରିୟା । ଘରେ ସେମିତି ବିଶେଷ କିଛି ନାହିଁ, ମାତ୍ର ଅଭାବ ବୋଲି କିଛି ନାହିଁ । ଶାନ୍ତିପ୍ରିୟା ଭାରି ଶାନ୍ତିପ୍ରିୟ ମଣିଷ। ଛୋଟିଆ ସଂସାରଟି ଭାରି ଶାନ୍ତିରେ ଚାଲେ ତାଙ୍କର ।ମାତ୍ର ପୁଅ ପାଇଁ ଶାତିପ୍ରିୟା ଅଶାନ୍ତ ହୋଇ ପଡ଼ିଛନ୍ତି ।
ଶିବାଟା ଗୁଣ୍ଡା, ହେଲେ ତା’ ଚେହେରାଟା କୋଉ ସିନେମା ହିରୋଠୁ କମ୍ ନୁହେଁ I ପ୍ରାୟ ଛ’ ଫୁଟ ଡେଙ୍ଗା, ମଧ୍ୟମ ଧରଣର ସ୍ୱାସ୍ଥ୍ୟ, ତକତକ ଗୋରା, ଆଖି , ନାକ, ଦାନ୍ତ କୋଇଥରେ ଖୁଣିବାର ନାହିଁ। ସେ ସବୁବେଳେ ଲମ୍ବା ଲମ୍ବା ଚୁଟି ରଖେ, ମୁହଁରୁ ଫIଳେ ଦିଶେ ଫାଳେ ଦିଶେନା, ବଡ଼ ବଡ଼ କଟା ଦାଗଥିବା ଜିନସ୍, କଳା ରଙ୍ଗର ଟି- ସାର୍ଟ ପିନ୍ଧେ, ଷ୍ଟିଲ ବଳା ଓ ନେଳି ରଙ୍ଗର ଗୁଡ଼ାଏ ସୂତା ଗୁଡ଼େଇଥାଏ ହାତରେ ଆଉ ବାଁ ପଟ କାନରେ ଝିଅଙ୍କ ଭଳି ଛୋଟ ରିଙ୍ଗ୍ । ବେଶଭୂଷା ପ୍ରାୟ ଛତରା, ଲଫଙ୍ଗାଙ୍କ ଭଳି । ଶିବା ଗୁଣ୍ଡାର ଗୋଟିଏ ନିଜସ୍ୱ ଫଣ୍ଡା ଥାଏ । ସେ କେବେ କେଉଁଠି କୋଉ ଛକରେ ବସି ଝିଅ ବୋହୂଙ୍କୁ କମେଣ୍ଟ କରେନା । ଆଉ ତା’ ସାମ୍ନାରେ ଯାହାକୁ ବି କମେଣ୍ଟ କଲେ ସେ କେବେବି ଛାଡ଼େନା, ଜାନୁଆର ପାଲଟିଯାଏ କିଛି ମୁହୂର୍ତ୍ତ ପାଇଁ । ଏମିତିରେ କଲେଜ କ୍ୟାମ୍ପସ୍ରୁ ଆରମ୍ଭ କରି ସାରା ସହର ଯେଉଁଠି ଗଣ୍ଡଗୋଳ ହୁଏ ସେଠି ଶିବା ନଥିବ କେବେବି ସମ୍ଭବ ହେଇନି I ଶାନ୍ତିପ୍ରିୟାଙ୍କ କଟକଣା, ଆକଟ ଅଟକେଇ ପାରିନି ଶିବାକୁ I ଶିବା ଅଶାନ୍ତ ସମୁଦ୍ର ଭଳି ଗର୍ଜନ କରି ମାଡ଼ି ଚାଲିଛି କୂଳ ଲଙ୍ଘି ଆଗକୁ ଆଗକୁ… (କ୍ରମଶଃ )
- ସମ୍ପର୍କ : ଅଜୟ ମହାପାତ୍ର – 9437179025