ଗର୍ବର ମୁହୂର୍ତ୍ତ : ପୂର୍ବତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପିଏମଓରେ ଦ୍ଵିତୀୟ ପ୍ରମୁଖ ସଚିବ

0

ଭୁବନେଶ୍ୱର //TATKAL ODISHA //

ପୁଣି ଥରେ ଗର୍ବ କଲା ଭଳି ଖବର ଆସି ପଛଞ୍ଚିଛି I ଭୁବନେଶ୍ୱର,
ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ଼ ଦାୟିତ୍ୱ ମିଳିଛି।

ପିଏମଓରେ ପିକେ ମିଶ୍ରଙ୍କ ପରେ ଶଶିକାନ୍ତ ହୋଇଛନ୍ତି ଦ୍ୱିତୀୟ ପ୍ରମୁଖ ସଚିବ।

କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ ଦେଇଛି।


 ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ୧୯୫୭ ଫେବ୍ରୁଆରି ୨୬ରେ କଟକ ଜିଲ୍ଲା ଆଠଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା କେଶବାନନ୍ଦ ଦାସ ଓ ମାତାଙ୍କ ନାମ ଶୋଭାମଂଜରୀ ଦାସ। ସେ ଭୁବନେଶ୍ୱରସ୍ଥିତ ଡିଏମ୍ ସ୍କୁଲରୁ ନିଜ ସ୍କୁଲରେ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ।

୧୯୮୦ରେ ତାମିଲନାଡୁ କ୍ୟାଡ଼ର ଭାବେ ଶଶିକାନ୍ତ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଥିଲେ। ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ରେ ବିଭିନ୍ନ ବଡ଼ ପଦବୀରେ ରହି ସୁନାମ ଅର୍ଜିଥିଲେ। ଅବସର ପରେ ସେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ।

ଏବେ ଦେଶର ଅନ୍ୟତମ କ୍ଷମତାସୀନ ବ୍ୟକ୍ତି ଭାବେ ଅବହିତ ହୋଇଛନ୍ତି।

Leave A Reply

Your email address will not be published.