ଗଣତନ୍ତ୍ର ଦିବସର ଅନୁଚିନ୍ତା…

0
  • +++++++++++++
  • ଶ୍ରୀକାନ୍ତ ଦାଶ
  • +++++++++++++


• * * * * * * * *
• ଆମେ ଆଜି 73ତତମ ଗଣତନ୍ତ୍ର ଦିବସ ପାଳନ କରୁଛେ | ଏହା ଔପଚାରିକତା ମାତ୍ର |

ତ୍ରିରଙ୍ଗା ତଳେ ଠିଆହୋଇ ଆମେ ପୁର୍ବ
ସୁରୀଙ୍କ ଦେଶସେବାକୁ ମନେ ପକେଇ ଶପଥ ନେବା,’ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଓ ଦେଶ ଦଶର ସେବା କରିବା |ଆଉ
ଗଣତାନ୍ତ୍ରିକ ଵିଧି ବ୍ୟବସ୍ଥାକୁ ସମ୍ମାନ ଦେବା |’


• ମୋର ବ୍ୟକ୍ତିଗତ ମତ- ଆମେ ବାସ୍ତବରେ ଗଣତନ୍ତ୍ରକୁ ବୁଝିନାହୁଁ , କେବଳ ଗତାନୁଗତିକ ଧାରାରେ ଏ ଦିବସ ପାଳନ
କରିଚାଲିଚୁ |


• ଆଧୁନିକ ଜଗତରେ ଯେତେଗୁଡିଏ ଗଣତାନ୍ତ୍ରିକ ରାଷ୍ଟ୍ର ଅଛି , ତନ୍ମଧ୍ୟରୁ ସୁଇଜରଲାଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ଦେଶରେ ପରୋକ୍ଷ
ଗଣତନ୍ତ୍ର ବା ପ୍ରତିନିଧି ମୁଳକ ଗଣତନ୍ତ୍ର ପ୍ରତିଷ୍ଠିତ | ପ୍ରତକ୍ଷ ଗଣତନ୍ତ୍ର ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୂପରେ ଗଢିଉଠିଛି |
|ସେ ଗୁଡିକ ହେଲା


• ସମ୍ବିଧାନ -ସୀମିତ ରାଜତନ୍ତ୍ର(constitutional monarchy ) (ଇଂଲଣ୍ଡ ), ବ୍ୟବସ୍ଥାସଭା ଚାଳିତ ଗଣତନ୍ତ୍ର (parliamentary
democracy ) ଓ ରାଷ୍ଟ୍ରପତି ଚାଳିତ ଗଣତନ୍ତ୍ର (presidential type )(ଆମେରିକା )
• ଆମ ଦେଶରେ ବ୍ୟବସ୍ଥା ସଭା ଚାଳିତ ଗଣତନ୍ତ୍ର ପ୍ରତିଷ୍ଠିତ, ଯେଉଁଠି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ପ୍ରତିନିଧି ଭାବେ ନିରଙ୍କୁଶ
କ୍ଷମତାର ଅଧିକାରୀ |ସେ ହିଁ ରାଷ୍ଟ୍ରପତିଙ୍କ ନାଁ ରେ ଶାସନ କରନ୍ତି |ଆଉ ରାଜ୍ୟ ମାନଙ୍କରେ ମୁଖ୍ୟମନ୍ତ୍ରୀ ମାନେ ଶାସନ କରନ୍ତି |


• ଏବେ ପ୍ରଚଳିତ ବ୍ୟବସ୍ଥାକୁ ଦେଖିଲେ ଜଣାପଡେ ଯେ ଏ ବ୍ୟବସ୍ଥା ସତରେ କେତେ ଅସହାୟ ! ସମ୍ବିଧାନ ଏହି ବ୍ୟବସ୍ଥା ଭିତରେ କେବଳ ଢାଲ ବ୍ୟତୀତ ଅନ୍ୟ କିଛି ନୁହେଁ |

• ଲୋକଙ୍କର ସକ୍ରିୟ, ବିଚାର ଧାରା ଉପରେ ଏ ବ୍ୟବସ୍ଥା ନିର୍ଭରଶିଳ | ଲୋକେ ଅଜ୍ଞ, ଅନଭିଜ୍ଞ, ବିଚାର ବୁଦ୍ଧିଶୂନ୍ୟ , ଭାବପ୍ରବଣ ଓ
ପ୍ରବୃତ୍ତିଚାଳିତ ହେଲେ ଗଣତନ୍ତ୍ର ବିପନ୍ନ ହେବ | ଯାହା ଆଜି ଘଟୁଛି |
• ଦେଶ ଓ ରାଜ୍ୟରେ ଭାବ ପ୍ରବଣ ଓ ଗଣତନ୍ତ୍ର ଜ୍ଞାନ ରହିତ ବ୍ୟକ୍ତିମାନେ ଭୋଟ ଦେଇ ନିର୍ବାଚିତ କରୁଥିବା ସରକାରରେ ପ୍ରକୃତ
ଯୋଗ୍ୟତାସମ୍ପର୍ଣ୍ବ , ବିଜ୍ଞ ଓ ସୁଦକ୍ଷ ଲୋକେ ସ୍ଥାନ ପାଇପାରନ୍ତି ନାହିଁ |ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ବ୍ୟବସ୍ଥାସଭାରେ
ସଭ୍ୟମାନେ ବିବେକଶୂନ୍ୟ ହୋଇ ଆଇନ ପ୍ରଣୟନରେ ସହଯୋଗ କରନ୍ତି | ଏମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପ୍ରବୃତ୍ତି ପ୍ରବଳ
ଥିବାରୁ ଦେଶ ବା ରାଜ୍ୟରେ ସୁସ୍ଥମନା ଦୃଢ଼ ସରକାରର ଅଭାବ ଘଟେ, ଯାହା ଏବେ ଚାଲିଛି ଓ ଦେଶ, ରାଜ୍ୟରେ ଶାସନଗତ
ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି |


• ଗଣତନ୍ତ୍ର ଶାସନର ସଫଳତା, ଉନ୍ନତି ଲୋକ ଚରିତ୍ର ଉପରେ ନିର୍ଭର କରେ | ଜନସାଧାରଣଙ୍କ ସାଧୁତା, ସହିଷ୍ଣୁତା, ବିଚାରଶକ୍ତି, ଓ
ସଜାଗ ଦୃଷ୍ଟି ବ୍ୟତୀତ ଗଣତନ୍ତ୍ରର ସଫଳତା ସମ୍ପୂର୍ଣ୍ବ ଅସମ୍ଭବ |ଗଣତନ୍ତ୍ରକୁ ସଫଳ କରିବାକୁ ହେଲେ ନିଜ ମତ ପ୍ରତି ଯେତିକି ଆସ୍ଥା ଅଛି,
, ଅନ୍ୟର ମତ ପ୍ରତି ସେହିଭଳି ସହିଷ୍ଣୁ ଭାବ ରଖିବା ଆବଶ୍ୟକ | ଏହା ଏବେ ଦେଖାଯାଉନି | ଏବେ ପ୍ରାର୍ଥୀଙ୍କ ଠାରୁ ଉତ୍କୋଚ
ନେଇ ଜନତା ବିବେକ ବିକି ଦେଉଛନ୍ତି |
• ଗଣତନ୍ତ୍ରର ସଫଳତା ପାଇଁ ଆବଶ୍ୟକ ସଜାଗ ଦୃଷ୍ଟି କେବେଠୁଁ ସମାଧି ନେଇ ସାରିଛି |
• ସମାଜବାଦୀ ଗଣତନ୍ତ୍ର ଓ ଅର୍ଥନୈତିକ ସମତା କେବଳ ନେତାଙ୍କ ମୁହଁରେ ଶୋଭା ପାଉଛି , ହୃଦୟରେ ନୁହେଁ |
• ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଗଣତନ୍ତ୍ର ସର୍ବୋତ୍ତମ ଶାସନ ବ୍ୟବସ୍ଥା |କିନ୍ତୁ ଗଣତନ୍ତ୍ରର ସଫଳତା ପାଇଁ ଆବଶ୍ୟକ ସଚେତନତା
ଜନଗଣଙ୍କ ପାଖରେ ନ ଥିବାରୁ ସବୁ ପ୍ରକାର ବିଭ୍ରାଟ ସୃଷ୍ଟି ହେଉଛି |ସମାଜରେ ଯେଭଳି ରାଜନୈତିକ ସଂଘର୍ଷ ,, ବ୍ୟାପକ
ହିଂସାକାଣ୍ଡ, ଶ୍ରେଣୀ ସଂଘର୍ଷ , ଜାତୀୟ ସମ୍ପତ୍ତି ନଷ୍ଟ ହେଉଛି, ତାହା ପ୍ରମାଣ କରୁଛି ଆମେ କେତେ ଗଣତାନ୍ତ୍ରିକ !


• ଏହାର ସଫଳତା ପାଇଁ ଯଥେଷ୍ଟ ଲୋକ ଶିକ୍ଷା ଦରକାର |ଭୋଟ ଦେବାବେଳେ ଜନତା ଭାବପ୍ରବଣ ନ ହୋଇ , ସାମୟିକ ଲୋଭର
ଶିକାର ନ ହୋଇ ବିଚାରବନ୍ତ ହେଲେ ଗଣତନ୍ତ୍ର ସୁଦୃଢ ହେବ |
• ଜୟହିନ୍ଦ 🙏
• ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡିଆ ଜାତୀୟ ସମ୍ମିଳନୀ
ଦୂରଭାଷ -9238304919

Leave A Reply

Your email address will not be published.