ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ବିକ୍ରୟ କେନ୍ଦ୍ର: ପୃଷ୍ଟିଶସ୍ୟ ଖାଦ୍ୟ ଦ୍ରବ୍ୟ ଉପଲବ୍ଧ

0
  • କୃଷି ଭବନରେ ଉଦଘାଟନ କଲେ କୃଷି ମନ୍ତ୍ରୀ
  • ଭୁବନେଶ୍ୱର,//TATKAL ODHISHA //

କୃଷିଭବନରେ ଓଡ଼ିଶାର ପ୍ରଥମ ମିଲେଟ୍ ଶକ୍ତି ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ମା’ ଶକ୍ତିମୟୀ ମହିଳା ମହାସଙ୍ଘ ଦ୍ୱାରା ତାହା ପରିଚାଳିତ ହେଉଛି । ପୁଷ୍ଟିଶସ୍ୟରେ ପ୍ରସ୍ତୁତ ନାନାଦି ଖାଦ୍ୟ ଦ୍ରବ୍ୟ ଏଠାରେ ବିକ୍ରି ହେବ । ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ ପ୍ରୟାସରେ ପ୍ରାରମ୍ଭ କରାଯାଇଛି । ଏହି ବିକ୍ରୟ କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟସଭ୍ୟାଙ୍କୁ ସ୍ୱାବଲମ୍ବୀ କରିବା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ।


  କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଉଦ୍‌ଘାଟନ କରି ଏହା ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ, ମହାସଂଘର ସମସ୍ତ ସଭ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ମିଲେଟ୍ସ ମିଶନ ଓ ମିଶନ ଶକ୍ତି ବିଭାଗର ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ ।


 କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିଙ୍କ ମଧ୍ୟରେ ସଚିବ ସୁରେଶ କୁମାର ବଶିଷ୍ଟ ତଥା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ଼. ଏମ୍ ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମିଲେଟ୍ସ ମିଶନର ଯୁଗ୍ମ ନିର୍ଦ୍ଧେଶକ ହୀରଞ୍ଜନ ମହନ୍ତ, ଓଡ଼ିିଶା ମିଲେଟ୍ସ ମିଶନର ଯୋଜନା ଅଧିକାରୀ କଳ୍ପନା ପ୍ରଧାନ, ରାଜ୍ୟ ସଂଯୋଜକ ସୁଶ୍ରୀ ଅସୀମା ଚୌଧୁରୀ, ଜିଲ୍ଲା ସଂଯୋଜକ ମିଶନ ଶକ୍ତି ଏବଂ ଅନ୍ୟ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ ।
 ମନ୍ତ୍ରୀ ଡ. ସାହୁ କୃଷି ଭବନରେ ଏକ କାଫେଟାରିଆର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି କାଫେଟାରିଆ କୃଷି ଭବନ କର୍ମଚାରୀଙ୍କ କାର୍ଯ୍ୟକ୍ରମର ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବ । ଅତ୍ୟନ୍ତ ସ୍ୱାସ୍ଥ୍ୟକର ପରିବେଶରେ ସୁଲଭ ଦରରେ ଏହି କାଫେଟାରିଆ ଖାଦ୍ୟ ଯୋଗାଇଦେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.