ଖୋକା ଭାଇଙ୍କ ଅଭୁଲା ବଙ୍ଗାଳି ଗୀତ

0
  • ଗୀତ ପଛରେ କାହାଣୀ ଜାଣନ୍ତୁ…
  • କୋଲକାତା, କଟକ//TATKAL ODISHA//

ଖୋକା ଭାଇ I ଅକ୍ଷୟ ମହାନ୍ତି I କେବଳ ଯେ’ ଓଡ଼ିଆରେ ଗୀତ ବୋଲି ଥିଲେ ତାହା ନୁହେଁ, ବଙ୍ଗଳା ଭାଷାରେ ବି ଗୀତ ଗାଇ ଚର୍ଚ୍ଚିତ ହୋଇଥିଲେ I ସେହି ସୁମଧୁର ଗୀତ ପଛରେ ଥିବା ନିଚ୍ଛକ କାହାଣୀ ଶୁଣନ୍ତୁ…

ଆକାଶବାଣୀ ଓ ଦୂରଦର୍ଶନର ପ୍ରଥମ ଡ଼ାଇରେକ୍ଟର ଜେନେରାଲ ପି. ଭି. କୃଷ୍ନମୂର୍ତ୍ତି ୧୯୬୦ ଦଶକ ରେ କଟକ ରେଡ଼ିଓ ଷ୍ଟେସନ ର ଡ଼ାଇରେକ୍ଟର ଥିଲେ। ସେ ଅକ୍ଷୟ ମହାନ୍ତିଙ୍କୁ ଭଲ ପାଉଥିଲେ ତାଙ୍କ ଅନବଦ୍ୟ କଣ୍ଠ ସ୍ୱର ପାଇଁ।

କଟକ ପରେ ପି. ଭି. କୃଷ୍ନମୂର୍ତ୍ତି କଲିକତା ଆକାଶବାଣୀର ମୁଖ୍ୟ ହେଲେ। (ଏହି ପି. ଭି. କୃଷ୍ନମୂର୍ତ୍ତି କଟକରେ ଥିଲାବେଳେ ହରି ପ୍ରସାଦ ଚୌରାଶିଆ ଙ୍କୁ କଟକ ରେଡ଼ିଓ ଷ୍ଟେସନ ରେ ନେଇଥିଲେ ଓ ହରି ପ୍ରସାଦ ଙ୍କ କଳାତ୍ମକ ଉନ୍ନତି ପଛରେ ସେ ଥିଲେ)। ପି. ଭି. କୃଷ୍ନମୂର୍ତ୍ତିଙ୍କ ଅନୁରୋଧରେ ଅକ୍ଷୟ ମହାନ୍ତି ଙ୍କ ପ୍ରଥମ ବଙ୍ଗଳା ଗୀତର ରେକର୍ଡ ବାହାରିଲା ଏଚ. ଏମ. ଭି. ପକ୍ଷରୁ। କଲିକତା ତଥା ସମଗ୍ର ଭାରତର ବଙ୍ଗାଳୀ ପ୍ରାଧାନ୍ୟ ଅଞ୍ଚଳରେ ଏ ଗୀତ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ଗୀତଟିର ଜନପ୍ରିୟତା ତତ୍କାଳୀନ ବଙ୍ଗଳା ସଙ୍ଗୀତ ଶିଳ୍ପୀଙ୍କୁ ବିଚଳିତ କରିଥିଲା।

ବଙ୍ଗାଳୀ ସଙ୍ଗୀତ ଶିଳ୍ପୀମାନଙ୍କ ଚାପରେ ଆଉ ଅକ୍ଷୟ ମହାନ୍ତିଙ୍କ ଆଉ ବଙ୍ଗଳା ଗୀତ ରେକର୍ଡ କରାଯିବ ନାହିଁ ବୋଲି ସ୍ଥିର କରାଗଲା। ଏଇଟି ଅକ୍ଷୟ ମହାନ୍ତି ଙ୍କ ଏକମାତ୍ର ବଙ୍ଗଳା ଗୀତ।

  • ଖୋକା ଭାଇଙ୍କ ଶୁଣନ୍ତୁ ସେହି ସୁମଧୁର ବଙ୍ଗାଳି ଗୀତ..

Leave A Reply

Your email address will not be published.