ଖୁସି ଆଣିଦେଇଛି ବଜେଟ : ଶାନ୍ତା ଦାସ

0

ବାଲେଶ୍ୱର// TATKAL ODISHA//

ରାଜ୍ୟ ସରକାର, 2023-24 ଆର୍ଥିକ ବର୍ଷ ପାଇଁ 2ଲକ୍ଷ 30 ହଜାର କୋଟି ଟଙ୍କାର ବଜେଟ ଅନୁମୋଦନ କରିଛନ୍ତି l ଯାହାକି ବିଗତ ବର୍ଷ ତୁଳନାରେ 15 % ଅଧିକ ଅଟେ l
ମୁଁ ଏହି ବଜେଟ ବ୍ୟୟବରାଦରେ ଖୁସି ଅଛି l କାହିଁ ନା ଏଥିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗତ ବର୍ଷ ଠାରୁ 27% ଅଧିକ ବ୍ୟୟବରାଦ କରାଯାଇଛି l ଏହି ବଜେଟରେ ମଧ୍ୟ ନୂଆ ପଦକ୍ଷେପମାନ ନିଆ ଯାଇଛି l ଯେମିତିକି 147 ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ 750 କୋଟି ବ୍ୟୟବରାଦ କରାଯାଇଛି l ଆହୁରି ମଧ୍ୟ ଆମ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କର ଉନ୍ନତି ପାଇଁ 100 କୋଟି ତଥା ମିଶନ ଶକ୍ତି ସ୍କୂଟର ଯୋଜନା ପାଇଁ 50କୋଟି ବ୍ୟବସ୍ତା କରାଯାଇଛି l
ମୋଟାମୋଟି ଏହି ବଜେଟ ସୁନ୍ଦର ଓ ସନ୍ତୋଷ ଜନକ ବୋଲି କହିଛନ୍ତି ବରୁଣସିଂ, ରେମୁଣାର ସମିତି ସଭ୍ୟା ଶାନ୍ତା ଦାସ ମତବ୍ୟକ୍ତ କରିଛନ୍ତି I

Leave A Reply

Your email address will not be published.