ଖଡିଆଳ୍ ଅଞ୍ଚଳ ଦିନେ ଥିଲା ଦକ୍ଷିଣ କୋଶଳର ଅଂଶବିଶେଷ
TATKAL ODISHA //ଐତିହ୍ୟ ଖୋଜ
ଖଡିଆଳ୍ ଅଞ୍ଚଳଦିନେ ଦକ୍ଷିଣ କୋଶଳର ଅଂଶବିଶେଷ ଥିଲା । ଆମ ଅଞ୍ଚଳରେପ୍ରାଗ୍ଐତିହାସିକକାଳର ଗୁମ୍ଫା ଚିତ୍ରର ପ୍ରମାଣ ମଧ୍ୟ ମିଳେ । କାଳକ୍ରମେ ଏହି ଅଞ୍ଚଳରେନଳ ରାଜବଂଶ,ପର୍ବତ ଦ୍ୱାରିକାରାଜବଂଶ,କାଳାଚୁରୀ ରାଜବଂଶ,ସର୍ଭପୁରିଆ ରାଜବଂଶ,ସୋମବଂଶୀ ରାଜବଂଶ, ନାଗବଂଶୀ ରାଜବଂଶ ଏବଂ ଚୌହାନ ରାଜବଂଶର ରାଜାମାନଙ୍କ ର ଦ୍ୱାରା ଶାସିତ ହୋଇ ଆସୁଥିଲା ।
ଖଡିଆଳ୍ ସ୍ଥିତ ସତୀ ସମାଧି (ଗୁଡି) ନୂଆପଡା ଜିଲ୍ଲା ଠାରୁ ୭୫ କି.ମି ଦୂରରେ ଅବସ୍ଥିତ, ଏବଂ ଏହି ସତୀ ସମାଧି (ଗୁଡି) ଖଡିଆଳ୍ ସହରର ଉତ୍ତରଦିଗରେ ଅବସ୍ଥିତ ଓ ଏହା ଭୂବନେଶ୍ୱର ଶିବ
ମନ୍ଦିର(ତିରବନ୍ଦ) ନିକଟରେ ଅବସ୍ଥିତ । ଏହି ସତୀ ସମାଧି (ଗୁଡି) ର ବିଶେଷତ୍ୱ ହେଉଛି ଯେ ଏହାଚୌହାନ ରାଜବଂଶ ଶୈଳୀ ରେ ନିର୍ମିତ କରାଯାଇଛି ୧୬ ଶତାଦ୍ଦୀରେ ଖଡିଆଳ୍ ଅଞ୍ଚଳରେଚୌହାନ୍
ରାଜବଂଶର ରାଜତ୍ୱ ସମୟରେ କିଛି କାରଣବସତଃ ଜଣେ ଶିକ୍ଷାବିତ୍ ଙ୍କର ମୃତ୍ୟୁ ହୋଇଥିଲା । ଏବଂ ସେହି ଶିକ୍ଷାବିତ୍ ଙ୍କର ଚିତାଗ୍ନିରେ ତାଙ୍କ ସ୍ତ୍ରୀ ଅଗ୍ନିଦାହ କରି ସତୀ ହୋଇଥିଲେ । ପରବର୍ତ୍ତୀସମୟରେ ଏହି ସତୀସମାଧି ସତୀଗୁଡି ନାମରେ ନାମିତ ହେଲା ।
୧୬ ଶତାଦ୍ଦୀରେ ଖଡିଆଳ୍ ଅଞ୍ଚଳରେଚୌହାନ୍ ରାଜା ଗୋପୀନାଥ ସାଇଁ ଦେବ ଙ୍କର ରାଜତ୍ୱ ସମୟରେ ଖଡିଆଳ୍ ସ୍ଥିତ ବଡଦଧିବାମନ ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିର ୧୦ ମ ଶତାଦ୍ଦୀର ଦେବୀ ମନ୍ଦିରର ଭଗ୍ନାବିଶେଷ ପଥର ଖଣ୍ଡ ମାନଙ୍କ ରୁ ନିର୍ମିତ କରଯାଇଥିଲା । ରାଜା ଗୋପୀନାଥ ସାଇଁ ଦେବ ଜଣେ ବୈଷ୍ଣବ ଧର୍ମାବଲମ୍ବୀ ଥିଲେ । ଏବଂ ସେ ଏହି ମନ୍ଦିର ନିର୍ମାଣ ସହିତ ଏକ ଶିକ୍ଷାନୁଷ୍ଠାନ ମଧ୍ୟ
ନିର୍ମାଣ କରାଇଥିଲେ, ଯାହାକି ଖଡିଆଳ୍ ର ପ୍ରଥମ ଶିକ୍ଷାନୁଷ୍ଠାନ, ଏହି ଶିକ୍ଷାନୁଷ୍ଠାନରେ ବହୁ ପ୍ରାକାରର ଶାସ୍ତ୍ର ଯଥା ଗୀତା,ଭାଗବତ,ଲକ୍ଷ୍ମିପୁରାଣ,ରାମାୟଣ,ମହାଭାରତ ଏବଂ ଧର୍ମସମ୍ବନ୍ଧୀୟ ଶିକ୍ଷାଦାନ କରାଯାଉଥିଲା । ଏହି ସମସ୍ତ ଜ୍ଞାନ ପୁସ୍ତକ ଗୁଡିକ ତାଳପୋଥି ରେ ଲେଖାଯାଇ ଥିଲା । ବର୍ତ୍ତମାନମଧ୍ୟ ଏହି ତାଳପୋଥି ଶାସ୍ତ୍ରଗୁଡିକ ଖଡିଆଳ୍ ସଂଗ୍ରହାଳୟ (ନୂଆପଡା ସ୍ଥାନାନ୍ତରିତ) ଏବଂ ଖଡିଆଳ୍ ରାଜପରିବାର ରେ ସଂରକ୍ଷିତ ହୋଇ
ରହିଛି । ଏହି ଶିକ୍ଷାନୁଷ୍ଠାନ ରେ ସିକ୍ଷାଦାନ ପଇଁ ବହୁ ଦୂର ଦୂରାନ୍ତ ରୁ ଯୋଗ୍ୟ ଶିକ୍ଷାବିତ୍ ମାନଙ୍କୁ ନିଯୁକ୍ତି କରାଯାଇଥିଲା । ଖଡିଆଳ୍ ଅଞ୍ଚଳରଏବଂ ବହୁ ଦୂରଦୂରାନ୍ତରୁ ମଧ୍ୟ ଅନେକ ଶିଷ୍ୟ ଆସି ଜ୍ଞାନ ଆହର କରୁଥିଲେ । ରାଜା ଗୋପୀନାଥ ସାଇଁ ଦେବଙ୍କ ର ରାଜତ୍ୱ ସମୟରେ ଏହି ଶିକ୍ଷାନୁଷ୍ଠାନ ଗୋଟିଏ ପ୍ରମୁଖ ଶିକ୍ଷାକେନ୍ଦ୍ର ରୂପେ ଖ୍ୟାତି ଅର୍ଜନ କରିଥିଲା,ଏହି ଶିକ୍ଷାନୁଷ୍ଠାନ ର ଶିକ୍ଷାବିତ୍ ମାନେ ଶିକ୍ଷାଦାନ ବ୍ୟତୀତ ପୂଜାପାଠ ଏବଂ ଧର୍ମ ସମ୍ବନ୍ଧୀୟ ଜ୍ଞାନ ର ପ୍ରଚାର ଓ ପ୍ରସାର କରୁଥିଲେ । ଓ ଖଡିଆଳ୍ ସ୍ଥିତ ୧୧ ଶତାଦ୍ଦୀର
ଭୂବନେଶ୍ୱର ଶିବ ମନ୍ଦିର(ତିର୍ବନ୍ଦ) ଏବଂ ଅନ୍ୟ ମନ୍ଦିର ମାନଙ୍କର ସେବାକାର୍ଯ୍ୟ ମଧ୍ୟ କରୁଥିଲେ ।
ଏହି ଶିକ୍ଷାନୁଷ୍ଠାନ ର ଶିକ୍ଷାବିତ୍ ମାନେ ଭୂବନେଶ୍ୱର ଶିବ ମନ୍ଦିର ର (ତିର୍ବନ୍ଦ) ଇତିହାସ ବିଷୟରେ ଭଲ ଭାବେ ଅବଗତ ଥିଲେ ଏବଂ ପ୍ରଭାବିତ ମଧ୍ୟ ହୋଇଥିଲେ କାରଣ (ପ୍ରତ୍ନତତ୍ୱବିଦ୍ ଜିତେନ୍ଦ୍ର କୁମାର
ନାଗ) ଙ୍କ ମତରେ ଗଙ୍ଗବଂଶର ରାଜା ଅନନ୍ତ ବର୍ମନ (ଚୋଡଗଙ୍ଗ ଦେବ)(୧୦୭୮ – ୧୧୪୭)
ଖ୍ରିଷ୍ଟାବ୍ଦ ଏବଂ କାଳାଚୁରୀ ରାଜା ରତନ ଦେବ ଦ୍ୱିତୀୟ (୧୧୨୦ – ୧୧୩୫) ଖ୍ରୀଷ୍ଟାବ୍ଦ ଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଭୂବନେଶ୍ୱର ଶିବମନ୍ଦିର (ତିର୍ବନ୍ଦ) ପାଖାପାଖୀ ଯୁଦ୍ଧ ସ୍ଥଳରେ ମୃତ୍ୟୁବରଣ କରିଥିଲା I ସୈନିକଙ୍କ ସହିତ ତାଙ୍କର ୧୨ ଜଣ ସ୍ତ୍ରୀ ଅଗ୍ନିଦାହ କରି ସତୀ ହୋଇଥିଲେ । ଇତିହାସ ରୁ ଜଣାପଡେ ଯେ
(୧୧୨୦ – ୧୧୩୫) ଖ୍ରୀଷ୍ଟାବ୍ଦ ମଧ୍ୟରେ କାଳାଚୁରୀ ରାଜା ରତନ୍ ଦେବ ଦ୍ୱିତୀୟ ଙ୍କ ଆଦେଶ କ୍ରମେ ତାଙ୍କ ସାମନ୍ତ ବ୍ରହ୍ମ ଦେବ ଏହି ସ୍ଥଳରେ ଗୋଟିଏ ଶିବମନ୍ଦିର ଓ ପୋଖରୀ ନିର୍ମାଣ କରିଥିଲେ ।
ପରବର୍ତ୍ତି ସମୟରେ ୧୬ ଶତାଦ୍ଦୀ ରେ ଚୌହାନ ରାଜତ୍ୱ ରେ ନିର୍ମିତ ବଡଦଧି ବାମନ ମନ୍ଦିର ର
ଏବଂ ଶିକ୍ଷାଦାନ କେନ୍ଦ୍ରର ଶିକ୍ଷାବିତ୍ ମାନେ ମନ୍ଦିର ପ୍ରତି ଗଭୀର ଶ୍ରଦ୍ଧା ସହିତ ପୂଜାପାଠ ମଧ୍ୟ କରୁଥିଲେ ।
ଏହି ଶିକ୍ଷାନୁଷ୍ଠାନ ବହୁ ବର୍ଷ ଧରି ସୂଚାରୁପେ ଶିକ୍ଷାଦାନ ଏବଂ ଧାର୍ମିକ କାର୍ଯ୍ୟ ମଧ୍ୟ ଚାଲୁ ଥିଲା । ଏହି
ଶିକ୍ଷାନୁଷ୍ଠାନ ର ଜଣେ ବିଶିଷ୍ଟ ଶିକ୍ଷାବିତ୍ କୌଣସି କାରଣରୁ ହଠାତ୍ ମୃତ୍ୟୁ ବରଣ କରିଥିବା । ଶିକ୍ଷାବିତ୍ଙ୍କର
ଚିତାଗ୍ନି ରେ ଅଗ୍ନିଦାହ କରି ତାଙ୍କ ସ୍ତ୍ରୀ ସତୀ ହୋଇଥିଲେ । ପରବର୍ତ୍ତି ସମୟରେ ଖଡ଼ିଆଳ୍ ଚୌହାନ ରାଜା ଏହି
ସ୍ଥଳରେ ସତୀ ସମାଧି ନିର୍ମାଣ କରାଇଥିଲେ । ପରବର୍ତ୍ତିସମୟରେ । ଆମ ଅଞ୍ଚଳରେଏହି ସତୀ ସମାଧି
ସତୀଗୁଡି ନାମରେ ପ୍ରସିଦ୍ଧ ଲାଭ କରିଛି ।
ବର୍ତ୍ତମାନଏହି ସତୀ ସମାଧି (ଗୁଡି) ଅବହେଳିତ ହୋଇ ପଡି ରହିଛି । ଏହି ମହତ୍ତ୍ୱପୂର୍ଣ୍ଣ ସ୍ଥଳକୁ ସରକାର
ସଂରକ୍ଷଣ କରିବା ନିହାତି ଆବଶ୍ୟକ ଏବଂ ଲୋକଲୋଚନ କୁ ଆଣିବା ଜରୁରୀ ଅଟେ ।