କ୍ୟାମ୍ପସ୍‍କୁ ଫେରିଲେ ହଜାରେ ନେପାଳୀ ଛାତ୍ରଛାତ୍ରୀ

0

  • ଭୁବନେଶ୍ୱର,//TATKAL ODISHA//

ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‍କୁ ଫେରିଛନ୍ତି I ବର୍ତ୍ତମାନ ସୁଦ୍ଧା ୧୦୦୦ ଛାତ୍ରଛାତ୍ରୀ ହଷ୍ଟେଲ୍‍କୁ ଫେରିସାରିଲେଣି । ୧୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବାକି ୧୦୦ ଛାତ୍ରଛାତ୍ରୀ ଖୁବଶୀଘ୍ର କ୍ୟାମ୍ପସ୍‍କୁ ଫେରିଆସିବେ I ଛାତ୍ରଛାତ୍ରୀଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇଛି।

କ୍ୟାମ୍ପସରେ ସ୍ୱାଭାବିକତା ସୁନିଶ୍ଚିତ କରିବା ଦିଗରେ କିଟ୍‍ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଛନ୍ତି । 

  ନେପାଳୀ ଛାତ୍ରଛାତ୍ରୀଙ୍କୁ ପୁନର୍ବାର କ୍ୟାମ୍ପସ୍‍କୁ ଫେରାଇ ଆଣିବା ଦିଗରେ ଓଡ଼ିଶା ସରକାର, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସ ଓ ନେପାଳ ସରକାରଙ୍କ ସହଯୋଗ ପାଇଁ କିଟ୍‍ କର୍ତ୍ତୃପକ୍ଷ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 ନେପାଳୀ ଛାତ୍ରଛାତ୍ରୀ କ୍ୟାମ୍ପସ୍‍ରେ ପହଞ୍ଚିବା ପରେ ସେମାନଙ୍କ ସୁରକ୍ଷା ସହ ନିରବଚ୍ଛିନ୍ନ ଶୈକ୍ଷିକ କାର୍ଯ୍ୟକଳାପ ପାଇଁ କିଟ୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ନେପାଳୀ ଛାତ୍ରଛାତ୍ରୀମାନେ ପୁଣି ଥରେ କ୍ଲାସ ଆରମ୍ଭ କରିଛନ୍ତି ଏବଂ ଶୈକ୍ଷିକ କାର୍ଯ୍ୟସୂଚୀରେ ସାମିଲ ହୋଇଛନ୍ତି । ନିୟମିତ କ୍ଲାସଗୁଡ଼ିକ ବିନା କୌଣସି ବାଧାରେ ଜାରି ରହିଛି ଏବଂ ଛାତ୍ରଛାତ୍ରୀମାନେ ପୂର୍ବପରି ସେମାନଙ୍କର ପାଠ୍ୟକ୍ରମ ଏବଂ କ୍ୟାମ୍ପସ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ରଖିଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରାଇ ଆଣିବା ପାଇଁ କିଟ୍‍ କର୍ତ୍ତୃପକ୍ଷ ନେପାଳ ଦୂତାବାସ, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ସହ ଲଗାତାର ପରାମର୍ଶ କରି ଛାତ୍ରଛାତ୍ରୀଙ୍କ କ୍ୟାମ୍ପସ୍‍ରେ ସମସ୍ତ ପ୍ରକାର ସୁରକ୍ଷା ସହ ସହଯୋଗ ଯୋଗାଇ ଦିଆଯିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି।  

Leave A Reply

Your email address will not be published.