କ୍ରୁଜ ଡ୍ରଗ୍ସ ମାମଲାରେ ଭିନ୍ନ ମୋଡ଼ : ଏନସିବି ସାକ୍ଷୀ ଗୋସାବୀ ଗିରଫ

0
  • ଲୁକ ଆଉଟ ନୋଟିସ ପରେ ପୁଣେ ପୋଲିସ କରିଛି ଗିରଫ
  • ମୁମ୍ବାଇ //TATKAL ODHISHA //
  • ରିପୋର୍ଟ //କଳାକୃଷ୍ଣ ମହାରଣା //

 ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ସାକ୍ଷୀ କିରଣ ଗୋସାବୀଙ୍କୁ ଗିରଫ କରିଛି ପୁଣେ ପୋଲିସ I କ୍ରୁଜ୍ ଡ୍ରଗ୍ସ ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ ଗିରଫ ହେବା ପରେ ସେ ସେଲଫି ନେଇ ବିବାଦୀୟ ହୋଇଥିଲେ ।

   ପୁଣେ ପୋଲିସ ତାଙ୍କୁ ଗିରଫ ପରେ କହିଛି ଯେ, ୨୦୧୮ରେ ଗୋସାବୀ ଓ ତାଙ୍କ ବନ୍ଧୁ ଶେରବାନୀ  କ୍ୟୁରେସୀ ପୁଣେର ଚିନ୍ମୟ ଦେଶମୁଖ ନାମକ ଜଣେ ଯୁବକଙ୍କୁ ଚାକିରି ନାଁରେ ଠକିଥିଲେ। ମାଲେସିଆରେ ଚାକିରି କରାଇ ଦେବାକୁ କହି ଠକି ନେଇଥିଲେ ୩ଲକ୍ଷ ଟଙ୍କା ।

 ଏହି ମାମଲାରେ କ୍ୟୁରେସୀ ଗିରଫ ହୋଇଥିଲେ ହେଁ ଗୋସାବୀ ପଳାତକ ଥିଲା ।ଗୋସାବୀ ବିରୋଧରେ ଜାରି ହୋଇଥିଲା ଲୁକ୍ ଆଉଟ୍ ନୋଟିସ୍ । ତାଙ୍କୁ ଧରିବା ପାଇଁ ପୁଣେ ପୋଲିସର ଦୁଇଟି ଟିମ୍ ଉତ୍ତରପ୍ରଦେଶ ଯାଇ ଗିରଫ କରିଛି ।

Leave A Reply

Your email address will not be published.