କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଭିନ୍ନ ମୋଡ଼ : ମୁଖ୍ୟ ସାକ୍ଷୀଙ୍କୁ ‘ଲୁକ ଆଉଟ’ ନୋଟିସ

0

ମୁମ୍ବାଇ,//TATKAL ODISHA//

ରିପୋର୍ଟ, //kalakrusna maharana// 

 ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ଏବେ ଭିନ୍ନ ମୋଡ଼ ନେଇଛି I ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହେବା ଦିନ ତାଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିବା କେ ପି ଗୋସାବୀକୁ ନାରକୋଟିସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ପ୍ରମୁଖ ସାକ୍ଷୀ ଭାବେ ଗ୍ରହଣ କଟିଥିଲାବେଳେ ତାଙ୍କ ନାଁରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ପୁଣେ ସିଟି ପୋଲିସ I ଫଳରେ ଏହାକୁ ନେଇ ଚର୍ଚ୍ଚା ହୋଇଛି I 

   ପୁଣେ ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ୨୦୧୮ରୁ ଗୋସାବୀଙ୍କ ନାମରେ ଏକ ଠକେଇ ମାମଲା ରୁଜୁ ହୋଇଛି । ସେ ମାଲେସିଆରେ ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିଲେ I ଏହି ଠକେଇ ମାମଲାରେ ସେ ଫେରାର୍ ଥିଲେ । ତେଣୁ ତାଙ୍କ ନାଁରେ ‘ଲୁକ୍ ଆଉଟ୍ ନୋଟିସ୍’ ଜାରି ହୋଇଛି  ।

 ଆର୍ୟନ୍ ଓ ତାଙ୍କ ସାଙ୍ଗ ଅରବାଜ ଗିରଫ ହେବା ପରେ ଗୋସାଵୀ ସେମାନଙ୍କୁ ଜାହାଜରୁ ଏନସିବି ହେଡକ୍ୱାର୍ଟସକୁ ଏସକର୍ଟ କରି ନେଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ୱାବ ମଲ୍ଲିକ । ସେଠାରେ କେ ପି ଗୋସାବୀଙ୍କ କାମ କଣ ବୋଲି ପ୍ରଶ୍ନ କରିଥିଲେ I ଏନସିବି ସାକ୍ଷୀ ଦର୍ଶାଇଥିଲା ।

  ତେବେ ଡ୍ରଗ୍ସ ଘଟଣାରେ ଏନସିବି ଗୋସାବୀକୁ ସାକ୍ଷୀ କରିଥିଲାବେଳେ ପୁଣେ ପୋଲିସ ତାଙ୍କ  ନାଁରେ  ଲୁକ୍ ଆଉଟ୍ ନୋଟିସ୍ ଜାରି କରିବା ଯୋଗୁଁ ତଦନ୍ତ ବାଟବଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି I ତେଣୁ ଆଗକୁ ସ୍ଥିତି କେଉଁ ମୋଡ଼ ନେଉଛି ଦେଖିବା କଥା I 

Leave A Reply

Your email address will not be published.