କୋଣାର୍କ ଚକ୍ର G-20 ସମ୍ମିଳନୀରେ ‘ସ୍ବାଗତର ପ୍ରତିବିମ୍ବ’ : ଓଡ଼ିଶା ଗର୍ବିତ

0
  • ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ଜାହିର କଲେ

ନୂଆଦିଲ୍ଲୀ//TATKAL ODISHA//

G-20 ସମ୍ମିଳନୀରେ ପ୍ରଦର୍ଶିତ ଓଡ଼ିଶାର କଳା ନୈପୂଣ୍ୟ କେବଳ ଭାରତରେ ନୁହେଁ, ବିଶ୍ୱର ଶୀର୍ଷ ନେତାଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି I

କୋଣାର୍କ ଚକ ଦେଖି ଅଭିଭୂତ : ଆମେରିକାର ରାଷ୍ଟ୍ରପତି

ଓଡ଼ିଶାର କମକୋଟି ସଜ୍ଜିତ ଓ କାଳଜୟୀ ଆଶ୍ଚର୍ଯ୍ୟ – ‘କୋଣାର୍କ ଚକ୍ର’ G-20 ଆନ୍ତର୍ଜାତିକ ସମ୍ମିଳନୀରେ ସ୍ବାଗତର ପ୍ରତିବିମ୍ବ ହୋଇଛି I

ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୋନକ ଭଳି ବହୁ ବିଶିଷ୍ଟ ରାଷ୍ଟ୍ରନେତା ଏହି କୋଣାର୍କ ଚକ୍ର ସମ୍ମୁଖରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫଟୋ ଉଠାଉ ଥିବାର ଦୃଶ୍ୟ ପ୍ରତିଟି ଓଡ଼ିଆଙ୍କ ମନରେ ଅନେକ ଖୁସି ଭରି ଦେଇଛି ।

ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ପ୍ରତିଟି ଭାରତୀୟ ବିଶେଷ ଭାବରେ ଆମ ଓଡ଼ିଆ ଭାଇ ଭଉଣୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଭାରତର ସଭ୍ୟତା, ସଂସ୍କୃତି ଏବଂ ସ୍ଥାପତ୍ୟ ଓ ଉତ୍କର୍ଷତାର ପ୍ରତୀକ କୋଣାର୍କ ଚକ୍ର ନିରନ୍ତରତା ଓ ପ୍ରଗତିର ପ୍ରତିଫଳକ I “

Leave A Reply

Your email address will not be published.