କୋଟିଆ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ଓଡ଼ିଶାକୁ 4 ସପ୍ତାହ ମହଲତ

0


ନୂଆଦିଲ୍ଲୀ,//ତତ୍କାଳ ଓଡିଶା// 
ଶୁକ୍ରବାର କୋଟିଆ ମାମଲାର ଶୁଣାଣି କରି ଓଡ଼ିଶାକୁ ଜବାବ ଦାଖଲ ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ଏନେଇ ଜବାବ ଦେଇ ସାରିଛି I     ଓଡ଼ିଶା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି I ସେ କହିଥିଲେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବିଜୟନଗରମ୍ ଜିଲ୍ଲାପାଳ ସୁପ୍ରିମକୋର୍ଟରେ  ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ । ଏଥିରେ 
 ଅଦାଲତ ଅବମାନନା କରି ନ ଥିବା ଦର୍ଶାଯାଇଛି I ଆନ୍ଧ୍ର କହିଛି ଯେ,  “କୋଟିଆରେ ୧୯୫୨ରୁ ନିର୍ବାଚନ ହୋଇ ଆସୁଛି । ୨୦୦୬ ଓ ୨୦୧୩ରେ  ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିଲା । ତାହା ଓଡ଼ିଶାର ନୁହେଁ I”     ଅନ୍ୟପକ୍ଷରେ  ଓଡିଶା ସରକାର 4 ସପ୍ତାହରେ ଜବାବ ଦେବା ପରେ ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଶୁଣାଇବେ I ତେବେ ରାଜ୍ୟ ସରକାରଙ୍କ ପାଖରେ 1936ରୁ କ୍ରମାଗତ ତଥ୍ୟ ରହିଛି ବୋଲି ଆଇନଜୀବୀ ଶିବଶଙ୍କର ମିଶ୍ର ସ୍ପଷ୍ଟ କରିଛନ୍ତି I 
 ।

Leave A Reply

Your email address will not be published.