କୋକସରା ଜମି କେଳେଙ୍କାରୀର ତଦନ୍ତ ହେବ : ଏସିଏସ

0
  • କଳାହାଣ୍ଡି ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦେଶ
  • ଭୁବନେଶ୍ୱର, //TATKAL ODISHA//

କୋକସରା ଜମି କେଳେଙ୍କାରୀ ଘଟଣାର ତଦନ୍ତ ହେବ I କଳାହାଣ୍ଡି ଜିଲ୍ଲାପାଳ ତଦନ୍ତ କରି ରାଜ୍ୟ ସରକାରଙ୍କୁ ଦେବେ I ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

TATKAL ODISHAକୁ ଏହି ସୂଚନା ଦେଇଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ I ସେ କହିଛନ୍ତି ଯେ, ରାଜ୍ୟ ସରକାର ଭୂମିହୀନ ଲୋକଙ୍କୁ ଘର ଢିଅ ଯୋଗାଇ ଦେଉଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କଡ଼ା ନିର୍ଦେଶ ରହିଛି I ତେଣୁ ଗରୀବ ଲୋକଙ୍କ ଜମି କୌଣସି ଲୋକ ହଡ଼ପ କରିପାରିବେନାହିଁ I ଯଦି କୌଣସି ନେତା ବା ବ୍ୟବସାୟୀ ନେଇଥାନ୍ତି ତାହାଲେ ତଦନ୍ତରୁ ଜଣାପଡ଼ିଲେ ପଦକ୍ଷେପ ଗ୍ରହଣ କରାଯିବ I ଏଥିପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି I

ଉଲ୍ଲେଖନୀୟ ଯେ,TATKAL ODISHAରେ ଉକ୍ତ ଜମି ହଡ଼ପ ସମ୍ପର୍କିତ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇବାର ପ୍ରାୟ 10 ମିନିଟ ଭିତରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତା ସହକାରେ ନେଇ ତଦନ୍ତ ନିର୍ଦେଶ ଦେଇଛନ୍ତି I

  • ଦେଖନ୍ତୁ ରିପୋର୍ଟ କଣ ଥିଲା??

// INVESTIGATIVE/* /

ଗରୀବଙ୍କ ଜମିକୁ ହାତେଇଲେ କୋଟିପତି ନେତା? ବିବାଦରେ କୋକସରା ତହସିଲ

ଗରୀବଙ୍କ ଜମିକୁ ହାତେଇଲେ କୋଟିପତି ନେତା, ବିବାଦରେ କୋକସରା ତହସିଲ?

Leave A Reply

Your email address will not be published.