କେସିଙ୍ଗା ଏନଏସି ଏବେ ଅନ୍ଧାର
- ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଜଳୁନାହିଁ କେସିଙ୍ଗା ସହରର ବହୁ ଷ୍ଟ୍ରିଟ୍ ଲାଇଟ ଜଳୁନାହିଁ
- କେସିଙ୍ଗା//TATKAL ODISHA//
କେସିଙ୍ଗା ଏନଏସି ଏବେ ଅନ୍ଧାର I ଯେତେ କହିଲେ ବି ଷ୍ଟ୍ରିଟ ଲାଇଟ ମରାମତି ହେଉନାହିଁ I କାଁ ଭାଁ କିଛି ଖୁଣ୍ଟରେ ଲାଇଟ ଜଳୁଛି I ଫଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି I
କେସିଙ୍ଗା ଏନ୍ ଏ ସି ଗଠନ ହେବା ଦିନ ପରଠାରୁ ୨୦୧୮ ଯାଏ ସହର ମଧ୍ୟରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଓ କୌଣସି କାରଣରୁ ଖରାପ ହେଲେ ତା’ର ରକ୍ଷଣାବେକ୍ଷଣ ଦାୟିତ୍ଵ ଏନ୍ ଏ ସି କାର୍ଯ୍ୟାଳୟ ପକ୍ଷରୁ ହୋଇଆସୁଥିଲା ।
ହେଲେ ସରକାରଙ୍କ କିଛି ଧଳାହାତୀମାନେ ନିଜ ସ୍ବାର୍ଥ ପାଇଁ ରାଜ୍ୟର ସମଗ୍ର ମହାନଗର ନିଗମ, ମ୍ୟୁନିସିପାଲଟି ଓ ଏନ୍ ଏ ସି ରେ କୋଟି କୋଟି ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଟେଣ୍ଡର ଡାକିଥିଲେ। ଏହି ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଦିଲ୍ଲୀ ନୋଏଡାର ଇଇଏସଏଲ୍ କମ୍ପାନୀ ୨୦୧୮- ୧୯ରେ କେସିଙ୍ଗା ସହରରେ ପ୍ରଥମେ ୧୬୫୦ ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ସହ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଥିଲା । କିନ୍ତୁ ଏନ୍ ଏ ସି ଉପରୋକ୍ତ ଷ୍ଟ୍ରିଟ୍ ଲାଇଟ୍ ପର୍ଯ୍ୟାପ୍ତ ନହେବାରୁ ପୁଣି ଆଉ ଅଧିକ ଲାଇଟ୍ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ସରକାର ପୁଣି ଆଉକିଛି ଅଧିକ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଟେଣ୍ଡର କଲେ।
ଭୁବନେଶ୍ୱରର ଏକ ଘରୋଇ କମ୍ପାନୀ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଆଉ ୩୩୫ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଆଦେଶ ପାଇଲା। କିନ୍ତୁ୨୦୨୨ମସିହାରେ ଉକ୍ତ କମ୍ପାନୀ ୨୭୬ଟି ଲାଇଟ୍ ଲଗାଇଲା ପରେ ହଠାତ୍ କାମ ବନ୍ଦ କରିଦେଲେ। କିନ୍ତୁ ଆଉ ରକ୍ଷଣାବେକ୍ଷଣ ଦାୟିତ୍ଵ ନେଲା ନାହିଁ। ଯାହାଫଳରେ ଉକ୍ତ କମ୍ପାନୀ ଲଗାଇଥିବା ବହୁ ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅକାମୀ ହୋଇପଡ଼ିରହିଛି।
ସେହିପରି ପ୍ରଥମ କମ୍ପାନୀ ଇଇଏସଏଲ୍ ତା’ର କର୍ମଚାରୀମାନଙ୍କୁ ନିୟମିତ ଦରମା ଦେଇ ନପାରିବାରୁ ସେମାନେ ଚଳିତ ମାସ ପହିଲାରୁ କାମ ବନ୍ଦ କରିଦେଇଛନ୍ତି। ଏଣୁ ଏହି କମ୍ପାନୀ ଦ୍ବାରା ଲଗାଯାଇଥିବା ବହୁ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଅକାମୀ ହୋଇପଡ଼ିରହିଛି। ଫଳରେ ସହର ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ବ ଲାଇଟ୍ ଖରାପ ହୋଇପଡିରହିଥିବାରୁ ସେହିସବୁ ସ୍ଥାନଗୁଡ଼ିକ ଅନ୍ଧାରମୟ ହୋଇପଡିଛି।
ଏନେଇ ଚେୟାରମେନଙ୍କୁ ପଚାରିବାରୁ ଦୁଇଟି କମ୍ପାନୀ ଠିକ୍ ଭାବରେ ରକ୍ଷଣାବେକ୍ଷଣ କରୁନଥିବାରୁ ସହର ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ବ ଲାଇଟ୍ ଖରାପ ହୋଇ ପଡିରହିଥିବା ସ୍ବୀକାର କରିବା ସହ ଆମେ ଏ ବିଷୟରେ ସରକାରଙ୍କୁ ଚିଠି କରିଛୁ।
ଯେହେତୁ ସରକାର ସେମାନଙ୍କୁ ଟେଣ୍ଡର ମାଧ୍ୟମରେ ନିଯୁକ୍ତି ଦେଇଛନ୍ତି। ତେଣୁ ସରକାର ଯାହା ନିଷ୍ପତ୍ତି ନେବେ। ଆମେ କିଛି କରିପାରିବୁ ନାହିଁ ବୋଲି କହି ହାତ ଟେକି ଦେଇଥିଲେ।