କେଳେଙ୍କାରୀ? କେଉଁ IAS ହାତେଇଲେ 4.5 ଏକର ମୂଲ୍ୟବାନ ଜମି??
- ତଦନ୍ତ ପାଇଁ ଦାବି କଲେ ଭଗବତୀପୁର ଲୋକେ
- ଭୁବନେଶ୍ୱର, ଖୋର୍ଦ୍ଧା //TATKAL ODISHA//
ବିଗତ ସରକାର ବେଳେ କେମିତି ‘ବାବୁରାଜ‘ ଚାଲିଥିଲା, ତାର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି I ଆଇନକୁ ମାଡ଼ି ମକଚି କିଛି ନିର୍ଦ୍ଧିଷ୍ଟ ଅଣ ଓଡ଼ିଆ ବାବୁ ବେଶ ହାତ ଚିକ୍କଣ କରିଛନ୍ତି I ପୂର୍ବରୁ ସିଏମଓରେ କାର୍ଯ୍ୟ କରିଥିବା ଦୁଇ ଆଇପିଏସ ଏନେଇ ହଡ଼ରଘଣାରେ ପଡିଛନ୍ତି I
କାରଣ ଆୟ ବହିର୍ଭୁତ ସମ୍ପତ୍ତି ହାସଲ କରିଥିବା ପ୍ରମାଣ ମିଳିସାରିଛି I ତଦନ୍ତ ବି ଆରମ୍ଭ ହେବାକୁ ଯାଉଛି I
ଜମି କେଳେଙ୍କାରୀ ଦୌଡ଼ରେ ବି ସାମିଲ ହୋଇଛନ୍ତି କିଛି ବରିଷ୍ଠ ଓଡ଼ିଆ ‘ବାବୁ’ I ସେମାନେ ନିଜ ପଦବୀର ଅବବ୍ୟବହାର କରି ନିଜ ପତ୍ନୀଙ୍କ ନାଁରେ ବେଆଇନ ସମ୍ପତ୍ତି ହାତେଇଛନ୍ତି I ଏପରିକି ଭାରତୀୟ ପ୍ରଶାସନିକ ସେବା ଆଇନର ଖୋଲା ଉଲ୍ଲଘଂନ କରି ରାଜଧାନୀରେ ଏକର ଏକର ଦୁର୍ମୁଲ୍ୟ ଜମି ଅକ୍ତିଆର କରିଛନ୍ତି I ଏମିତିକି ସରକାରୀ ଜମି ବି ମାଡ଼ି ବସିଥିବା ଅଭିଯୋଗ ହୋଇଛି I
TATKAL ODISHAକୁ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ (ନଥି) ହସ୍ତଗତ ହୋଇଛି I ଓଡ଼ିଶା ପ୍ରଶାସନର ସର୍ବୋଚ୍ଚ ଆସନରେ ଥିବା ଜଣେ IAS ତାଙ୍କ ପତ୍ନୀଙ୍କ ନାମରେ 4.55 ଏକର ମୂଲ୍ୟବାନ ଜମି ନେଇଥିବା ପ୍ରମାଣ ମିଳିଛି I ସେଇ ଜମି ଦୁଇ ପର୍ଯ୍ୟାୟରେ ଶାଗ ମାଛ ମୂଲ୍ୟରେ କିଣି ଥିବା କୁହାଯାଇଛି I
“ଦୁଇ ପର୍ଯ୍ୟାୟରେ କିଣା ଯାଇଥିବା ସାଢ଼େ 4 ଏକର ଜମି ସରକାରୀ ଖାତାରେ ଗୋଟିଏ ସରକାରୀ କ୍ୱାଟର ଠିକଣା ରହିଛି“
ପ୍ରଥମ ପ୍ଲଟଟି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଚନ୍ଦକା ଅଂଚଳର ଭଗବତୀପୁର ମୌଜାରେ ରହିଛି I 2022ରେ ସମ୍ପୃକ୍ତ ‘ବଡ଼ ବାବୁ’ ନିଜ ପତ୍ନୀଙ୍କ ନାମରେ କିଣିଥିଲେ I ଜମିର ପରିମାଣ 4.0 ଏକର I ଏହାର ଖାତା ନଂ -584/1 ଥିବାବେଳେ ପ୍ଲଟ ନଂ – 339/976/1122 ବୋଲି ଜଣାପଡ଼ିଛି I
ଦ୍ଵିତୀୟ ପ୍ଲଟଟି ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଚନ୍ଦକା ଅଂଚଳର ଭଗବତୀପୁର ମୌଜାରେ ରହିଛି I ତାହା ବି 2022ରେ କିଣା ଯାଇଛି I ଜମିର ପରିମାଣ 0.55 ଏକର ରହିଛି I ଏହାର ଖାତା ନଂ 574 ଥିବାବେଳେ ପ୍ଲଟ ନଂ 339/976/2619 ବୋଲି ଜଣାପଡ଼ିଛି I
ତେବେ ଦୁଇ ପର୍ଯ୍ୟାୟରେ କିଣା ଯାଇଥିବା ସାଢ଼େ 4 ଏକର ଜମି ସରକାରୀ କାଗଜରେ ଗୋଟିଏ ସରକାରୀ କ୍ୱାଟର ଠିକଣା ରହିଛି I
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ 4.5 ଏକର ଜମି ସଂଲଗ୍ନ କିଛି ସରକାରୀ ଜମି ରହିଛି I ଉକ୍ତ ଜମିକୁ ମଧ୍ୟ ଓଡ଼ିଆ ବାବୁ ମାଡ଼ି ବସିଛନ୍ତି? ଭଗବତୀପୁର ଗାଁର କିଛି ଲୋକ ଏହାର ବିଧିବଦ୍ଧ ତଦନ୍ତ ଦାବି କରି ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି I
ହେଲେ ଏଇ ଓଡ଼ିଆ ବାବୁ(IAS) ଜଣଙ୍କ କିଏ? ସେ କାହିଁକି ଏତେ ପରିମାଣରେ ଜମି ନିଜ ପତ୍ନୀ ନାମରେ କିଣିଲେ?? ସେ କ’ଣ ଆଇନର ହାତ କେତେ ଲମ୍ବା ଜାଣି ନାହାନ୍ତି??
” ସରକାର ବଦଳି ଯିବ ବୋଲି ସେ ହୁଏତ ଭାବି ନ ଥିଲେ I ବଦଳି ଗଲା ପରେ ତାଙ୍କ ଅଙ୍କ ଭୁଲ ହୋଇଯାଇଛି”
ହଁ, ସବୁ ଜାଣିଛନ୍ତି I ମାତ୍ର କ୍ଷମତାନ୍ଧ ହୋଇ ସେ ଏସବୁ କରିଥିବା ତାଙ୍କ ବିରୋଧୀ କହୁଛନ୍ତି I କାରଣ ସରକାର ବଦଳି ଯିବ ବୋଲି ସେ ହୁଏତ ଭାବି ନ ଥିଲେ I ବଦଳି ଗଲା ପରେ ତାଙ୍କ ଅଙ୍କ ଭୁଲ ହୋଇଯାଇଛି I ଏବେ ପ୍ରଜାପତି ରଙ୍ଗ ବଦଳିଲା ପରି ନୂଆ ସରକାରଙ୍କ ପାଖ ଲୋକ ଭଳି ଅଭିନୟ କରୁଛନ୍ତି?
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ଜମି କେଳେଙ୍କାରୀ ଅଧିକାରୀ ଏବେ ନିଜ ଚାକିରୀର EXTENTION ପାଇଁ ଭାରି ବ୍ୟସ୍ତ ଥିବା ଚର୍ଚ୍ଚା ହେଉଛି I ନୂଆ ସରକାରଙ୍କୁ ସେ ଜଣେ ସଚ୍ଚୋଟ ଅଧିକାରୀ ବୋଲି ପ୍ରତିପାଦିତ କରିବାକୁ ଚେଷ୍ଟା କରିଥିବା ବି କୁହାଯାଉଛି I ମାତ୍ର ସଫଳ ହେଲା ଭଳି ମନେ ହେଉନି ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି I ଯଦି ସେ ସଫଳ ହୁଅନ୍ତି ତାହାଲେ ସେ ଠାକୁର ଖାଇ ଖଟୁଳି ଖାଇଯିବେ ବୋଲି କିଛି ଚେଙ୍ଗଡ଼ା ଲୋକ କଟାକ୍ଷ କରିଛନ୍ତି I
ଯଦି ଜମି କିଣିବା କଥା ସତ ତାହାଲେ ନିଶ୍ଚିତ ଭାବେ ସାଙ୍ଘାତିକ I ଏହାର ତଦନ୍ତ ହେବା ଜରୁରୀ I
ଜଣେ ବରିଷ୍ଠ IAS ଜମି କିଣି ପାରିବେ ଏଥିରେ କିଛି ଅସୁବିଧା ନାହିଁ I ମାତ୍ର ଏତେ ପରିମାଣରେ ଜମି ନିଜ ବେରୋଜଗାରୀ ପତ୍ନୀଙ୍କ ନାମରେ କିଣିବା ବେଆଇନ I ତାହା ମଧ୍ଯ ନିଜ ସମ୍ପତ୍ତି ତାଲିକାରେ ନ ଦର୍ଶାଇବା ଦୁଃଶାବହ I TATKAL ODISHA ଏହା ଉପରେ ଗୁରୁତ୍ବ ଦେଇଛି I ଏନେଇ ବ୍ୟକ୍ତିଗତ କିଛି ଅସୂୟା ଭାବ ନାହିଁ I ରାଜ୍ୟର ସ୍ଵାର୍ଥ ପାଇଁ ଲଢ଼େଇ ମାତ୍ର I ତେଣୁ ନୂଆ ସରକାର “ଭ୍ରାତାଙ୍କ ବଦନ” ଚିହ୍ନି ରଖିବା ଉଚିତ ବୋଲି ସଚେତକ ମହଲରେ ଦାବି ହୋଇଛି I(କ୍ରମଶଃ)