କେରଳରେ ମୌସୁମୀ,ଛେଚିବ
- ଭୁବନେଶ୍ୱର //TATKAL ODISHA//
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଵା ପରେ ବର୍ଷା ଆରମ୍ଭ ହୋଇଛି। ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I
‘ଏକ୍ସ’ରେ ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ଆଇଏମଡି କହିଛି ଯେ,ମୌସୁମୀ ବାୟୁ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କେତେକ ଅଞ୍ଚଳକୁ ଅଗ୍ରସର ହେଉଛି I
ପରେ ମୌସୁମୀ ବାୟୁ ଲାକ୍ଷାଦ୍ୱୀପର କେତେକ ଅଞ୍ଚଳ ସମେତ ଦକ୍ଷିଣ ଆରବ ସାଗରର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବ। ଜୁନ୍ ୨ ପର୍ଯ୍ୟନ୍ତ ଅଧିକାଂଶ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବ I
କେରଳରେ ସ୍ବାଭାବିକ ଠାରୁ ୬ ପ୍ରତିଶତ ବୃଷ୍ଟିପାତ ହେବ।
ଉକ୍ତ ରାଜ୍ୟର ୧୧ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ବୋଲି ପାଣିପାଗ ବିଭାଗ କହିଛି।