ଉଡ଼ାଣ ଭରିବାକୁ ଯାଉଥିବା ‘ଶଙ୍ଖ ଏୟାର’ ସହ ଓଡ଼ିଶାର କି ସମ୍ପର୍କ ?

0
  • ତିରୁଅନ୍ତପୁରମ, ଭୁବନେଶ୍ୱର //TATKAL ODISHA//SUPER EXCLUSIVE //

ପ୍ରବଳ କ୍ଷତି ଯୋଗୁଁ ଗୋଟିଏ ପରେ ଗୋଟିଏ ଏୟାର ଲାଇନ୍ସ ବନ୍ଦ ହୋଇ ଯାଉଛି I ସେହି ତାଲିକାରେ ଭାରତର ସାହାରା, କିଙ୍ଗ ଫିସର, ଗୋ ଏୟାର, ଏସିଆନ ଭଳି ବହୁ ବେସରକାରୀ ବିମାନ ସେବା ସଂସ୍ଥା ସର୍ବାଗ୍ରେ ରହିଛନ୍ତି I ଏଭଳି ସ୍ଥିତିରେ ଭାରତ ସରକାରଙ୍କ ଏୟାର ଇଣ୍ଡିଆ, ଇଣ୍ଡିଆନ ଏୟାର ଲାଇନ୍ସ ବିକ୍ରି ହୋଇ ଯାଇଛି I

ମାତ୍ର ଖୁସିର କଥା ହେଉଛି…ଭାରତରେ ତିନୋଟି ନୂତନ ଏୟାରଲାଇନ୍ସର ଖୁବଶୀଘ୍ର ଶୁଭାରମ୍ଭ ହେବାକୁ ଯାଉଛି I ସେଇ ତିନୋଟି ଏୟାରଲାଇନ୍ସ ହେଉଛି..

  • ଶଙ୍ଖ ଏୟାର,
  • ଏୟାର କେରଳ
  • ଅଲହିନ୍ଦ ଏୟାର

ଏୟାର କେରଳ ଓ ଅଲହିନ୍ଦ ଏୟାର ଦ୍ବୟର ମାଲିକ ଜଣା ପଡ଼ି ନ ଥିଲେ ହେଁ ଦୁବାଇରେ ରହୁଥିବା କେରଳ ବ୍ୟବସାୟୀଙ୍କର ବୋଲି କୁହାଯାଉଛି I

ହେଲେ ପ୍ରଶ୍ନ୍ନ ଉଠୁଛି… ଶଙ୍ଖ ଏୟାର କାହାର? ଓଡ଼ିଶା ସହ କିଛି ସମ୍ପର୍କ ଅଛି କି?? ନା’ ଓଡ଼ିଶାର ପୂର୍ବତନ କରିତକର୍ମାଙ୍କ ସହ ସମ୍ପର୍କ ରହିଛି???

“ମଇ 25ରେ ଉଡାଣ ଭରୁଥିବା ଶଙ୍ଖ ଏୟାର ଅଧ୍ୟକ୍ଷ ଶ୍ରବଣ କୁମାର ବିଶ୍ୱକର୍ମା ଓ ଇଡି ହେଉଛନ୍ତି ଅନୁରାଗ ଛବ୍ରା.. ମାତ୍ର ପଛରେ ଆଉ କିଏ??”

ଏଭଳି ପ୍ରଶ୍ନ ଏବେ ମନରେ ଜାଗିଛି I କାରଣ କେରଳରେ ‘ଶଙ୍ଖ’ ବୋଲି ଓଡ଼ିଆ ଶବ୍ଦ ଉଚ୍ଚାରଣ ହୁଏ ନାହିଁ I ଉଡାଣ ଭରୁଥିବା ବିମାନରେ ଓଡ଼ିଶାର ‘ପରିଚିତ ଶଙ୍ଖ’ ଚିହ୍ନ ସହ ବେଶ ତାଳମେଳ ଖାଉଥିବା ଚର୍ଚ୍ଚା ଜୋର ଧରିଛି I ଏହା ଉପରେ ଅଧିକ ତର୍ଜମା ଓ ଅନୁସନ୍ଧାନର ଆବଶ୍ୟକତା ରହିଛି I

ଯାହା ଜଣା ପଡ଼ିଛି ଶଙ୍ଖ ଏୟାର କେରଳରୁ ଦୁବାଇ ମଧ୍ୟରେ ପ୍ରଥମେ ଉଡାଣ ଭରିବ I ପରେ ଅନ୍ୟ ରୁଟରେ ଚାଲିବ I

ଯଦି କୌଣସି କରିତକର୍ମା ବ୍ୟକ୍ତି ଏଥିରେ ସମ୍ପୃକ୍ତ ତାର ଖୋଳତାଡ଼ ହେବା ଉଚିତ ବୋଲି ସଚେତକ ମହଲରେ ଦାବି ହୋଇଛି I

Leave A Reply

Your email address will not be published.