କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଜନଗଣନାରେ ହେବ ‘ଜାତିଭିତ୍ତିକ ଜନଗଣନା’
- ଧର୍ମେନ୍ଦ୍ର କହିଲେ, ଭାରତ ପାଇଁ ଏହା ଜରୁରୀ
ନୂଆଦିଲ୍ଲୀ//TATKAL ODISH//
ଦୀର୍ଘ ଦିନର ଦାବି ଓ ବିବାଦର ପରିସମାପ୍ତି ହେବାକୁ ଯାଉଛି I କେନ୍ଦ୍ର ସରକାର କରିବେ ଜାତି ଜନଗଣନା I ଏ ସମ୍ପର୍କରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠରେ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି ବି ଏହି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି।
ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟିର ନିଷ୍ପତ୍ତି କ୍ରମେ ଆଗାମୀ ଜନଗଣନାରେ ଜାତି ଗଣନାକୁ ଅନ୍ତର୍ଭୁକ୍ତ କରାଯିବ।’ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବ।

ସମତା, ସମରସତା, ସୁଶାସନ ଓ ସାମାଜିକ ନ୍ୟାୟର ନୂଆ ଯୁଗ ଆରମ୍ଭ ହେବ: ଧର୍ମେନ୍ଦ୍ର
ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,ଜାତିଗତ ଜନଗଣନାକୁ କେନ୍ଦ୍ର କ୍ୟାବିନେଟର ସ୍ୱୀକୃତି ମିଳିଛି I ଏହା ଦ୍ୱାରା ସମତା, ସମରସତା, ସୁଶାସନ ଓ ସାମାଜିକ ନ୍ୟାୟର ନୂଆ ଯୁଗ ଆରମ୍ଭ ହେବ I କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସବୁବେଳେ ଜାତି ଗଣନା ବିଷୟରେ ଛଳନା କରିଛନ୍ତି
• ଐତିହାସିକ ଭୁଲକୁ ସୁଧାରୁଥିବା ଏହି ସମ୍ବେଦନଶୀଳ ନିର୍ଣ୍ଣୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇଛି
• ସବକା ସାଥ୍ – ସବକା ବିକାଶ ଏବଂ ସାମାଜିକ ନ୍ୟାୟର ଅବଧାରଣାକୁ ସଶକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ସମତା, ସମରସତା, ସୁଶାସନ ଏବଂ ସାମାଜିକ ନ୍ୟାୟର ଏକ ନୂଆ ଯୁଗ ଆରମ୍ଭ । ବଞ୍ଚିତ, ପଛୁଆ ଲୋକଙ୍କୁ ନୀତି-ନିର୍ମାଣରେ କେନ୍ଦ୍ରରେ ରଖିବା, ସମାଜର ସମସ୍ତ ବର୍ଗଙ୍କୁ ଯୋଡିବା, ସାମାଜିକ, ଶୈକ୍ଷିକ ଏବଂ ଆର୍ଥିକ ଅସମାନତାକୁ ପାରଦର୍ଶୀ ଏବଂ ପ୍ରମାଣିକ ଶୈଳୀରେ ଦୂର କରିବା ତଥା ସବୁ ବର୍ଗଙ୍କ ପାଇଁ ଉଚିତ୍ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏହା ଏକ ସକରାତ୍ମକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଗତ ୧୧ ବର୍ଷ ଧରି ସମ୍ବିଧାନର ମୂଳ ଭାବନା ଅନୁସାରେ ସବକା ସାଥ୍- ସବକା ବିକାଶର ସଂକଳ୍ପ ସହ କାମ କରୁଥିବା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ସରକାର ଚାଲୁଅଛି । ଆଜିର ଏହି ନିର୍ଣ୍ଣୟ ସବକା ସାଥ୍ – ସବକା ବିକାଶ ଏବଂ ସାମାଜିକ ନ୍ୟାୟର ଅବଧାରଣାକୁ ସଶକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।
କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସବୁବେଳେ ଜାତି ଗଣନା ବିଷୟରେ ଛଳନା କରିଛନ୍ତି । କଂଗ୍ରେସ ଯେତେବେଳେ ସରକାରରେ ଥିଲା, ସେତେବେଳେ ଏହି ବିଷୟକୁ କେବଳ ଫାଷ୍ଟ ସର୍ଭେ ମଧ୍ୟରେ ସୀମିତ ରଖିଥିଲା । ଏହାକୁ ଜନଗଣନାର ଅଂଶ ଭାବରେ ସାମିଲ କଲାନାହିଁ । କିନ୍ତୁ ମୋଦୀ ସରକାରଙ୍କ ନୀତି ସ୍ପଷ୍ଟ ଏବଂ ଦୂରଦର୍ଶୀ ନିର୍ଣ୍ଣୟାକ ମଧ୍ୟ । ଐତିହାସିକ ଭୁଲକୁ ସୁଧାରୁଥିବା ଏହି ସମ୍ବେଦନଶୀଳ ନିର୍ଣ୍ଣୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।