କେନ୍ଦୁପତ୍ର ଶ୍ରମିକଙ୍କୁ ‘ଲଲିପପ’: ବର୍ଷିଲେ ପୁରୋହିତ
- ପଦ୍ମପୁର, ଭୁବନେଶ୍ବର,//TATKALODISHA//
ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ,୪୦ ହଜାର ବନ୍ଧେଇ ଶ୍ରମିକ ଓ ୨୨ ହଜାର ସିଜିନାଲ କର୍ମଚାରୀମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ ” ଲଳିପପ ” ଧରାଇ ଦେଲେ ବୋଲି ପଦ୍ମପୁର ପୂର୍ବତନ ବିଧାୟକ ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ପ୍ରଦୀପ ପୁରୋହିତ ବର୍ଷିଛନ୍ତି ।
ପୁରୋହିତ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତାଦଳ ଗତ ୫ ଥର ବିଧାନ ସଭାକୁ ନିର୍ବାଚିତ ହୋଇ ଆସିବା ପଛରେ ଓଡ଼ିଶାର କେନ୍ଦୁପତ୍ର ଶ୍ରମିକ ମାନଙ୍କ ମଧ୍ଯ ଏକ ବଡ ଯୋଗଦାନ ଅଛି । ନବୀନ ବାବୁଙ୍କ ସରକାର ବିଭିନ୍ନ ସମୟରେ କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୁରଣ କଲେ ନାହିଁ କେନ୍ଦୁପତ୍ର ଲାଭାଂଶ ରୁ ଶହେ ପ୍ରତିଶତ ୧୦୦% ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଲେ ଏବେ ମାତ୍ର ୨୫ % ବୋନସ ଘୋଷଣା କରିବା ଦ୍ବାରା କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ଧୋକା ଦେଇଛନ୍ତି।
୨୦୧୩ ମସିହା ଜାନୁୟାରୀ ୧୩ ତାରିଖ ଦିନ ରେଢାଖୋଲ ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ବାରା ଆୟୋଜିତ କରାଯାଇଥିବା ଏକ ବିଶାଳ ଶ୍ରମିକ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ କିନ୍ତୁ ବିଜେଡି ସରକାର ୧୦ ବର୍ଷ ପରେ ମଧ୍ଯ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ଯଜନକ ବୋଲି ସେ କହିଛନ୍ତି ।
କେନ୍ଦୁପତ୍ର ତୋଳାଳୀ ମାନଙ୍କ ପରିବାର କୁ ବିଜୁ ସ୍ବାସ୍ଥ୍ଯ କାର୍ଡରେ ଯୋଡିବା,ତୋଲାଳୀ ମାନଙ୍କୁ ଶିକ୍ଷାବୃତ୍ତି,ବିବାହ ସହାୟତା ପ୍ରଦାନ ଯାହା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ତାହା ଭୁଲିଗଲେ ବୋଲି ଏବଂ ଆଗକୁ ନିର୍ବାଚନ ସମୟରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏହା ମନେ ପଡିବ ବୋଲି ଶ୍ରୀ ପ୍ରଦୀପ ପୁରୋହିତ ସମାଲୋଚନା କରିଛନ୍ତି । ୨୦୧୮ ରୁ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିବା ବେଲେ ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇ ନାହିଁ କିମ୍ବା ବନ୍ଧେଇ ଶ୍ରମିକ ମାନଙ୍କ ବଣ୍ତଲ ଦର ବୃଦ୍ଧି ମଧ୍ଯ ସରକାର କଲେ ନାହିଁ ।
କେବଳ ୨୫ % ବୋନସ ଘୋଷଣା କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ନବୀନ ପଟ୍ଟନାୟକ ଧୋକା ଓ ବିଶ୍ବାସ ଘାତକ କରିଛନ୍ତି ବୋଲି ଶ୍ରୀ ପୁରୋହିତ ମତପ୍ରକାଶ କରିଛନ୍ତି ।