କେଉଁଠି,କେତେବେଳେ ତୃତୀୟ ପର୍ଯ୍ୟାୟ ଭୋଟ ଦେବେ? ଜାଣନ୍ତୁ..
ଭୁବନେଶ୍ୱର//TATKAL ODISHA//
ତୃତୀୟ ପର୍ଯ୍ୟାୟ ଭୋଟ୍ । ରାଜଧାନୀ ଭୁବନେଶ୍ୱରରେ ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ପାଇଁ ଭୋଟରଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି I
ମୋଟ ୯୪.୪୮ ଲକ୍ଷ ଭୋଟରଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଏଥର ବି ଅଛନ୍ତି ବହୁ ହେଭିୱେଟ ପ୍ରାର୍ଥୀ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି), ଭର୍ତ୍ତୃହରି ମହତାବ, ସମ୍ବିତ୍ ପାତ୍ର , ଅରୂପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ସନ୍ତୃପ୍ତ ମିଶ୍ର,ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଜୟନାରାୟଣ ମିଶ୍ର, ବଦ୍ରିନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଞ୍ଜୟ ଦାସବର୍ମା ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଏମାନଙ୍କ ମଧ୍ୟରୁ ଅନ୍ୟତମ ।
ରାଜ୍ୟର ୬ ସଂସଦୀୟ କ୍ଷେତ୍ର ଅର୍ଥାତ ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ୪୨ ବିଧାନସଭା କ୍ଷେତ୍ର ପାଇଁ ହେଉଥିବା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।
କେଉଁଠି,କେତେବେଳେ ତୃତୀୟ ପର୍ଯ୍ୟାୟ
ଭୋଟ ଦେବେ? ଜାଣନ୍ତୁ…
- ଭୁବନେଶ୍ୱର-ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
- କୁଚିଣ୍ଡା-ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ
- ରେଙ୍ଗାଲି-ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
- ସମ୍ବଲପୁର-ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
- ରେଢାଖୋଲ -ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ
- ଦେବଗଡ଼ -ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ
- ଛେଣ୍ଡିପଦା-ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
- ଆଠମଲ୍ଲିକ- ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
- କେନ୍ଦୁଝର -ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
- ଢେଙ୍କାନାଳ-ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
- କଟକ- ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
- ପୁରୀ- ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ