କଳାହାଣ୍ଡି ଜମି ଉପରେ ଆନ୍ଧ୍ର ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି

0
  • ଶହ ଶହ ଏକର ହଡ଼ପ
  • କିଣୁଛନ୍ତି ଅଳ୍ପ, କବ୍ଜା କରୁଛନ୍ତି ଅଧିକ

*****************************************************

  • କଳାହାଣ୍ଡି,//TATKAL ODISHA//ଅନୁସନ୍ଧାନ//
  • ରିପୋର୍ଟ // ଦୁଷ୍ମନ୍ତ କୁମାର ପଣ୍ଡା //

****************************************************

ପ୍ରଥମେ କୋରାପୁଟ I ପରେ ନବରଙ୍ଗପୁର ଓ ଗଜପତି I ଏବେ କଳାହାଣ୍ଡି I ଆନ୍ଧ୍ର ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି I ଜିଲ୍ଲାର ଶହ ଶହ ଏକର ଜମିକୁ ଶାଗ ମାଛ ମୂଲରେ ହାତେଇ ନେଇଛନ୍ତି I ଜମିକୁ ନିକଟ ଅତୀତରେ କଳାହାଣ୍ଡିର ଲାଂଜିଗଡ ଅଂଚଳରେ ଏହି ଅଣ-ଓଡିଆ ଦଲାଲ ସ୍ଥାନୀୟ ନୀରିହ ଗରିବ ଆଦିବାସୀଙ୍କ ଜମି ହଡ଼ପ କରିବା ସହିତ ସରକାରୀ ଜମିକୁ ମଧ୍ୟ କବଜା କରି ଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ହେଉଛି ।

ପ୍ରୋଜେକ୍ଟ ଅଂଚଳରେ ଏହି କେଳେଙ୍କାରୀ ଅଧିକ I ବ୍ୟାପକ ଭାବେ ଜମି କବଜା କରିବା ପାଇଁ ଜମି ମାଫିଆମାନେ ସକ୍ରୀୟ ଅଛନ୍ତି I      

ପଡୋଶୀ ଆନ୍ଧ୍ର ପ୍ରଦେଶରେ ଜମି ମୂଲ୍ୟ ଓଡିଶାର ଜମି ମୂଲ୍ୟ ବହୁ ଗୁଣରେ ଅଧିକ I ସେଠାକାର ମୂଲ୍ୟବାନ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରୀ କରିଦେଇ ସେମାନେ ଓଡିଶାର ଉପାନ୍ତ ଅଂଚଳକୁ ଆସି ଜମି କିଣୁଛନ୍ତି I ଯେଉଁଠି ସରକାରୀ ଜମି ହଡ଼ପ କରିହେବ ସେଠି ଜମି କିଣା ଯାଉଛି I କମ ଦରରେ ଏକର ଏକର ଜମି ନିଜ ପରିବାର ଲୋକଙ୍କ ନାମରେ କିଣି ଆସ୍ଥାନ ଜମାଉଥିବା ଦେଖାଯାଉଛି ।

“କଳାହାଣ୍ଡି ଜମି କେଳେଙ୍କାରୀ ନେଇ TATKAL ODISHAର ଉଦ୍ୟମ ଜାରି ରହିବ… କ୍ରମାଗତ ରିପୋର୍ଟ ପ୍ରକାଶ ପାଇବ”..

      

ବିଶେଷ କରି ଇନ୍ଦ୍ରାବତୀ ଆୟାକଟ ଅଂଚଳରେ ଏହି ଅଣଓଡିଆ ମାନେ ସ୍ଥାନୀୟ ଲୋକଙ୍କ ଠାରୁ ଦଲାଲ ମାଧ୍ୟମରେ ଶାଗମାଛ ଦରରେ ଅନେକ ଜମି କିଣି ଥିବାର ପ୍ରମାଣ ମିଳିଛି I

ଏପରିକି ଏହି ଅଣ-ଓଡିଆଙ୍କ ଦ୍ୱାରା ବିଭିନ୍ନ ଶସ୍ୟ ତଥା ବିହନ,ଔଷଧ,ଖତସାର ଇତ୍ୟାଦି ସରକାରୀ ବ୍ୟବସ୍ଥା ଅଗୋଚରରେ ଅନେକ କାରବାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି । 

     ସୂଚନାନୁସାରେ ଲାଂଜିଗଡ ବ୍ୟତୀତ ମୋଟେର-ଜୟପାଟଣା ରାସ୍ତା ଉପରେ ବଡକୁଟ୍ରୁଛକରେ, ଲଡୁଗାଁ ରାସ୍ତାରେ ବିମଳା ଗ୍ରାମରେ, ଗୁନଗୁନିଆ ରାସ୍ତାରେ ରେଙ୍ଗାଲପାଲି ଗ୍ରାମରେ, ବୁଢୀଦର ରାସ୍ତାରେ ତେତେଲପଡା ଗ୍ରାମରେ ବିଶେଷ କରି ଏହି ଅଣ-ଓଡିଆ ମାନେ ବହୁମାତ୍ରାରେ ବସତି ସ୍ଥାପନ କରି ଚାଷ ବାସ ସହିତ ବିଭିନ୍ନ କାରବାର କରୁଥିବା ଦେଖାଯାଉଛି ।  

       ବିମଳା ଗ୍ରାମର କେନାଲ ହୁଡା ପାଶ୍ୱର୍ରେ ରହୁଥିବା ଜନୈକ ଅଣଓଡିଆ  ପ୍ରାୟ ୨୭ ଗୋଟି କମ୍ବାଇନ ହାରଭେଷ୍ଟର ବିଭିନ୍ନ ଆଦିବାସୀ ଲୋକଙ୍କ ନାମରେ ସବସିଡି ମାଧ୍ୟମରେ କିଣି ସେସବୁକୁ ଭଡାରେ ଲଗାଉଥିବା ଅଭିଯୋଗ ହୋଇଛି ।

ଜୁନାଗଡ ବନମାଳିପୁର ଓ ଚାରବାହାଲ ଠାରେ ଜନୈକ ଅଣ-ଓଡିଆ ୟାନମାର କଂପାନୀର କମ୍ବାଇନ ହାରଭେଷ୍ଟର ଡିଲରସିପ କରି ଅନେକ ଆଦିବାସୀ ଲୋକଙ୍କ ନାମରେ ସବସିଡି ଉଠାଇ ନେଇ ଥିବା ଅଭିଯୋଗ ହୋଇଛି ।    

ନିକଟ ଅତୀତରେ ଧର୍ମଗଡ ଉପଖଣ୍ଡରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଯୋଗାଇ ଦେଇଥିବା ଜମିକୁ ଅଣ-ଓଡିଆ ଲୋକେ ସଂପୃକ୍ତ କଂପାନୀ ଠାରୁ ଦଲାଲ ମାଧ୍ୟମରେ  କିଣି ନେଇ ଚାଷ କରୁଥିବା ମଧ୍ୟ ଜଣାପଡିଛି । 

     ସ୍ଥାନୀୟ ଲୋକେ ସରଳ ନୀରିହ ବିଶ୍ୱାସୀ ହୋଇଥିବାରୁ ମାଫିଆଙ୍କୁ ସହଜ ହେଉଛି I କଳାହାଣ୍ଡିର ନୀରିହ ଲୋକେ ବିଶେଷ କରି ସ୍ୱାସ୍ଥ୍ୟ ସେବା ପାଇଁ ପଡୋଶୀ ରାଜ୍ୟ ଉପରେ ଭରସା କରୁଥିବାରୁ ସେଠାରେ ଏହି ଅଣ-ଓଡିଆ ଦଲାଲ ମାନେ ହୁଏତ ହଇରାଣ ହରକତ କରିପାରନ୍ତି ବୋଲି ଆଶଙ୍କା କରି ନୀରିହ ଲୋକେ ଅଣ-ଓଡିଆ ମାନଙ୍କୁ ପ୍ରତିବାଦ କରୁନଥିବା ଜଣାପଡିଛି ।  

ଜୟପାଟଣା ବ୍ଲକ ଅଂଚଳର ଅଫସାନୀ ଲକ୍ଷ୍ମଣ ରାଓ ଓରଫ ଲଛମନ ବାବୁ ନାମକ ଜନୈକ ଅଣ-ଓଡିଆଙ୍କ ସଂପର୍କୀୟ ଲାଲବାହାଦୁର ଶାସ୍ତ୍ରୀ ଏକାଡେମୀ ଅଫ ଏଡମିନିଷ୍ଟ୍ରେସନରେ ପଦସ୍ଥ ପଦାଧିକାରୀ ରହିଥିବା ପ୍ରଚାର କରି ବିଭିନ୍ନ ପଦାଧିକାରୀ ମାନଙ୍କୁ ଚାପ ପକାଉଥିବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଅଣ-ଓଡିଆଙ୍କୁ ସୁହାଇବା ଭଲି ଫାଇଦା ନେଉଥିବା ବିଷୟ ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ପଦାଧିକାରୀ ମାନଙ୍କୁ ଚାପ ପକାଇ ଅଣ-ଓଡିଆ ମାନଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଏହି ଲଛମନ ବାବୁ ଦଲାଲି କରୁଥିବା ଅଭିଯୋଗ ହେଉଛି ।   

ଏହାଯଦି ସତ୍ୟ ହୋଇଥାଏ ତେବେ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦଲାଲଗିରି ବନ୍ଦ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । ସ୍ଥାନୀୟ ସାଧାରଣ ଲୋକେ ବିଭିନ୍ନ ସ୍ତରରେ ଉଚିତ ନ୍ୟାୟ ପାଇପାରୁନଥିବା ବେଳେ  ପ୍ରଶାସନିକ ଟ୍ରେନିଂ ଏକାଡେମୀରେ ସଂପର୍କୀୟ ଥିବାର ପ୍ରକାଶ କରି ବିଭିନ୍ନ ସ୍ତରରେ ଚାପ ପକାଇ ଫାଇଦା ଉଠାଉଥିବା ଏଭଲି କାରବାର ସଂପର୍କରେ  ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହେଉଛି ।    

  

  

Leave A Reply

Your email address will not be published.