କର୍ଣ୍ଣାଟକର ମୁଖଶାଳା ନ ଥିବା ଏକକୂଟ ଈଶ୍ୱର ମନ୍ଦିର

0
  • ବେଙ୍ଗାଲୁରୁ //TATKAL ODISHA //ଐତିହ୍ୟ ଖୋଜ//

କର୍ଣ୍ଣାଟକ ହାସlନ ଜିଲ୍ଲା I ଏହି ଜିଲ୍ଲାର ଆରାସିକେରେ ଠାରେ ରହିଛି ଏକ କାମକୋଟି ସଜ୍ଜିତ ପ୍ରାଚୀନ ମନ୍ଦିର I ଗର୍ଭଗୃହ ମଧ୍ୟ ଭାଗରେ ମହାପ୍ରଭୁ ଶ୍ରୀକେଶବ ବିଷ୍ଣୁ ବିଦ୍ୟମାନ l

ନାଁ ତାର ଏକକୂଟ ଈଶ୍ୱର ମନ୍ଦିର | ମନ୍ଦିରର ଉଚ୍ଚତା 40 ଫୁଟ l

1220 ଖ୍ରୀଷ୍ଟାବ୍ଦରେ ହୋୟସାଲା ରାଜତ୍ୱ ସମୟରେ ତାହା ନିର୍ମିତ ହୋଇଥିଲା I

ଏହି ମନ୍ଦିରର ଗଠନ ଶୈଳୀ ଅତି ସୁନ୍ଦର ଓ ରହିଛି ଷୋହଳ କୋଣ I

ଷୋହଳ ସ୍ତମ୍ଭ ଉପରେ ଷୋହଳ ଖିଲାଣର ଖାଖରା ଶୈଳୀରେ ଉତ୍କୃଷ୍ଟ କାରୁକାର୍ଯ୍ୟ ସମନ୍ବିତ ଗଠନ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି l

ମୁଖଶାଳା ନ ଥିବା ବିରଳ ମନ୍ଦିର I

କେବଳ ରେଖ ଦେଉଳ l
ଗର୍ଭଗୃହ ମଧ୍ୟ ଭାଗରେ ଶ୍ରୀ କେଶବ ବିଷ୍ଣୁ ବିଦ୍ୟମାନ l

ପ୍ରତଦିନ ବହୁ ଭକ୍ତ ଯାତ୍ରୀ ଏହି ମନ୍ଦିରକୁ ଯାଇ ଆରାଧନା କରିଥାନ୍ତି I ଦେଶ ବିଦେଶରୁ ପର୍ଯ୍ୟଟକମାନେ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିଭୋର ବି ହୁଅନ୍ତି I

ଆପଣ ବି ଆସନ୍ତୁ… ଦେଖନ୍ତୁ ଏହି ବିରଳ ମନ୍ଦିରକୁ…

Leave A Reply

Your email address will not be published.