କରୋନା କାୟା :୨୯ ଜିଲ୍ଲାରେ ୧୩୭୪ ନୂଆ ଆକ୍ରାନ୍ତ

0

ଭୁବନେଶ୍ୱର,//ତତ୍କାଳ ଓଡିଶା//

ମହାମାରୀ କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି I ୨୪ ଘଣ୍ଟାରେ ୨୯ ଜିଲ୍ଲାରେ  ୧୩୭୪ ନୂଆ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି I କ୍ୱାରେଣ୍ଟାଇନରୁ ୮୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍  ୫୬୨ଟି ରହିଛି I ରାଜ୍ୟରେ କରୋନା ଆକ୍ରାନ୍ତଙ୍କ  ୩ଲକ୍ଷ ୪୮ହଜାର ୧୮୨କୁ ବୃଦ୍ଧି ପାଇଛି। ସୁସ୍ଥ ହେଲେଣି ୩ ଲକ୍ଷ ୩୯ ହଜାର ୨୦୦ ଆକ୍ରାନ୍ତ। ରାଜ୍ୟରେ ୭୦୦୩ ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି।

       ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ସେହିପରି ଖୋର୍ଦ୍ଧାରୁ ୧୯୩, ନୂଆପଡ଼ାରୁ ୧୩୫, ସମ୍ବଲପୁରରୁ ୭୭, ବରଗଡ଼ରୁ ୫୯, ଝାରସୁଗୁଡ଼ାରୁ ୫୨, କଟକରୁ ୫୧, ରାୟଗଡ଼ାରୁ ୪୭, କଳାହାଣ୍ଡିରୁ ୪୫, ଷ୍ଟେଟ୍ ପୁଲରୁ ୪୫, ପୁରୀରୁ ୪୪, ଅନୁଗୁଳରୁ ୩୩, ଭଦ୍ରକରୁ ୩୦, ମୟୂରଭଞ୍ଜରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୪, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୨୦, ବାଲେଶ୍ୱରରୁ ୧୭, ନୟାଗଡ଼ରୁ ୧୩, ବଲାଙ୍ଗିରୁ ୧୨, ଜଗତସିଂହପୁରରୁ ୯, କୋରାପୁଟରୁ ୮, ଦେବଗଡ଼ରୁ ୮, ଗଜପତିରୁ ୮, ଢେଙ୍କାନାଳ ୫, କେନ୍ଦ୍ରାପଡ଼ାରୁ ୪, ସୋନପୁରରୁ ୪, କନ୍ଧମାଳରୁ ୩ ଓ ବୌଦ୍ଧରୁ ୨ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.