କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ, ଦାଉ ସାଧିଛି ତାତି

0

ଝାରସୁଗୁଡା//TATKAL ODISHA//

 କଡ଼ା ସୁରକ୍ଷା ମଧ୍ୟରେ ବୁଧବାର ସକାଳ ୭ଟାରୁ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି I  ତାହା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ହେଲେ ପ୍ରବଳ ତାତି ଦାଉ ସାଧିଛି I ଝାରସୁଗୁଡା ଇଲାକାରେ ପାରଦ 42 ଡିଗ୍ରୀ ଉପରେ ରହିଥିଲେ ହେଁ ସବୁ ବୁଥରେ ଭିଡ଼ ପରିଲକ୍ଷିତ ହୋଇଛି I

 ନିର୍ବାଚନୀ ମୈଦାନରେ ଥିବା ମୋଟ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ I  ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି । ଆସନ୍ତା ୧୩ରେ ଭୋଟଗଣତି ହେବ ।

୨୫୩ ବୁଥରେ ସମୁଦାୟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟରଙ୍କ ମଧ୍ୟରେ ୧ ଲକ୍ଷ ୧୦ ହଜାର ୬୮୩ ମହିଳା ଭୋଟର୍ ଥିବା ବେଳେ ୧ ଲକ୍ଷ ୧୦ ହଜାର ୩୨୩ ପୁରୁଷ ଭୋଟର୍ ଅଛନ୍ତି ।ସମସ୍ତ ୨୫୩ ବୁଥରେ  ୱେବ୍ କାଷ୍ଟିଂ ବ୍ୟବସ୍ଥା ହୋଇଛି ।

ସମୁଦାୟ ୧୧୯୪ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।୧୦୬ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମାଇକ୍ରୋ ଅବଜର୍ଭର ରହିଛନ୍ତି । 

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ  ୧୯ ପ୍ଲାଟୁନ୍ ଫୋର୍ସ, ୩୦୦ ଓଆର୍ କନେଷ୍ଟବଳ, ୧୫୦ ହୋମଗାର୍ଡ, ୧୦୦ ଅଫିସରଙ୍କୁ ନିୟୋଜିତ ହୋଇଛନ୍ତି । 

Leave A Reply

Your email address will not be published.