ଚାରି ଗୁଣ ବୃଦ୍ଧି ପାଇ ଓଡ଼ିଶାରେ ମାଛ ଉତ୍ପାଦନ ୯.୯୧ ଲକ୍ଷ ମେଟ୍ରିକ ଟନ

0
  • ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ମାଛ ଚାଷ ପ୍ରତି ଆଗ୍ରହୀ କରିବା ନିମନ୍ତେ ମତ୍ସ୍ୟ ଅଧିକାରୀମାନେ ପ୍ରୟାସ କରନ୍ତୁ: ମନ୍ତ୍ରୀ


ଭୁବନେଶ୍ବର//TATKAL ODISHA//

ବିଗତ ଦୁଇ ଦଶନ୍ଧି ମଦ୍ୟରେ ଓଡ଼ିଶାରେ ମାଛ ଉତ୍ପାଦନ ୪ ଗୁଣ ବୃଦ୍ଧିପାଇ ୯.୯୧ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ମାଛ ଉତ୍ପାଦନରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ଚତୁର୍ଥ।

ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ମତ୍ସ୍ୟ ଉତ୍ପାଦନ ହାରକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତି କାରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ମଞ୍ଚାସୀନ ଥିବାବେଳେ ବିଭାଗୀୟ ନିର୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ଭାଷଣ ଦେଉଛନ୍ତି

କୃଷି ଭବନରେ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ରାଜ୍ୟ ସରକାର ମାଛଚାଷର ବିକାଶ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ମାଛ ଚାଷୀଙ୍କୁ ଠିକ ସମୟରେ ଉନ୍ନତମାନର ମାଛ ଯାଆଁଳ ଯୋଗାଇ ଦେଲେ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇବା ସହ ମତ୍ସ୍ୟଚାସୀଙ୍କ ଆୟ ବୃଦ୍ଧି ହେବ। ପଡୋଶୀ ରାଜ୍ୟରୁ ଯେପରି ନିମ୍ନ ମାନର ମାଛ ଯାଆଁଳ ଓଡ଼ିଶା କୁ ନ ଆସେ ସେଥି ନିମନ୍ତେ ରାଜ୍ୟରେ ଆଗୁଆ ମାଛ ଯାଆଁଳ ଉତ୍ପାଦନ ଓ ଯୋଗାଣ ପ୍ରକ୍ରିୟାକୁ ତ୍ଵରାନିତ କରିବାକ୍ୟ ସେ ପରାମର୍ଶ ଦେଇଥିଲେ।

ମହିଳା ମାନଙ୍କ ଆୟ ବୃଦ୍ଧି ଓ ସେମାନଙ୍କୁ ସ୍ଵାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ମାଛ ଚାଷ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ। ସେଥିପାଇଁ ମହିଳା ଗୋଷ୍ଠୀମନଙ୍କୁ ମାଛ ଚାଷ ନିମନ୍ତେ ଆଗ୍ରହୀ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ବାଇଁ ମତ୍ସ୍ୟ ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ତତ୍ପରତା ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ।
ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ନିମନ୍ତେ ଓଡ଼ିଶା ଉପକୂଳରେ ନିୟୋଜିତ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗାର ଏକ ଡାଟାବେସ ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଗୁରୁତ୍ବାରୋପ କରିଥିଲେ।

ସମୁଦ୍ରରେ ମାଛ ମାରିବା ପାଇଁ କଟକଣା ଲାଗୁ ହେଉଥିବା ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଦାନ କରାଯାଉଥିବା ଜୀବିକା ସହୟତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ଵାଇଁ ନିର୍ଦ୍ଦେଶ ଦେଇଥିଲା। ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସମୟରେ ୫-ଟିର ଉପଯୋଗ ସହିତ ସାମାଜିକ ଗଣମାଧ୍ୟମରବ୍ୟାପକ ବ୍ୟବହାର କରି ହିତାଧିକାରୀଙ୍କ ନିକଟତର ହେବାପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ ମତ୍ସ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।


ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ପ୍ରମୁଖ ଶାସନ ସଚୀବ ଆର ରଘୁ ପ୍ରସାଦ କ୍ଷେତ୍ରୀୟ ସ୍ତରରେ ଯୋଜନାର କାର୍ଯ୍ୟକାରିତା ସମୟରେ ସ୍ବଚ୍ଛତା ରକ୍ଷା କରିବା ପାଇଁ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଯୋଜନାର ସୁଫଳ ନିମନ୍ତେ ହିତାଧିକାରୀଙ୍କୁ ମାଛ ଚାଷର ବିଭିନ୍ନ ଦିଗ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସମ୍ପର୍କରେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ ଉପରେ ସେ ଗୁରୁତ୍ବ ପ୍ରଦାନ କରିଥିଲେ।

ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏହି ସମୀକ୍ଷା ବୈଠକରେ ମତ୍ସ୍ୟ ନିର୍ଦ୍ଦେଶାଳୟର ସମସ୍ତ ବୈଷୟିକ ଅଧିକାରୀ, ସମସ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ, ସମସ୍ତ ଅତିରିକ୍ତ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ)ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.