ଓଡି଼ଶାର ରେଳ କ୍ଷେତ୍ରକୁ କେନ୍ଦ୍ର ବଜେଟରେ ୧୦,୫୯୯ କୋଟି
- ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର//TATKAL ODISHA//
ଓଡି଼ଶାର ରେଳ କ୍ଷେତ୍ରକୁ ୧୦,୫୯୯ କୋଟି ଟଙ୍କା କେନ୍ଦ୍ରୀୟ ବଜେଟରେ ଦିଆଯାଇଛି I
ସୋମବାର ଗଣମାଧ୍ୟମକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଓଡିଶାରେ ୨୦୪୬ଟି ନୂତନ ଟ୍ରାକ୍ ତିଆରି କରାଯାଇଛି।

- ଏହା ବ୍ୟତୀତ ରାଜ୍ଯରେ ଆହୁରି ୭୫,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଚାଲିଛି।
- ଓଡ଼ିଶାରେ ବର୍ତ୍ତମାନ ମୋଟ ଛଅଟି ବନ୍ଦେ ଭାରତ ଟ୍ରେନ୍ ଗଡୁଛି। ଭବିଷ୍ୟତରେ ଆହୁରି ଅଧିକ ଚଳାଚଳ କରିବାର ଯୋଜନା ରହିଛି।
ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ୨୦୦୦ କିଲୋମିଟରରୁ ଅଧିକ ନୂଆ ରେଳ ଟ୍ରାକ୍ ତିଆରି କରିଛନ୍ତି, ମାଲେସିଆର ସମଗ୍ର ରେଳ ନେଟୱାର୍କ ଠାରୁ ଅଧିକ ରହିଛି।
ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ
ଓଡିଶାର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ନିମନ୍ତେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡିଶାକୁ ରେଳ ବଜେଟ ବାବଦରେ ମୋଟ ୧୦,୫୯୯ କୋଟି ମଞ୍ଜୁର ପ୍ରଦାନ କରିଥିବାରୁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi , କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman ଏବଂ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି।
ଏହା ମାଧ୍ୟମରେ ରେଳପଥର ବିକାଶ, ଭିତ୍ତିଭୂମିର ଉନ୍ନତି ଇତ୍ୟାଦି ତ୍ୱରାନ୍ୱିତ ହେବ। ଯାହାକି ରାଜ୍ଯର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ‘ବିକଶିତ ଓଡିଶା’ ନିର୍ମାଣରେ ସହାୟକ ହେବ। – ମୋହନ ମାଝୀ, ମୁଖ୍ୟମନ୍ତ୍ରୀ