ଓଡିଶା କ୍ୟାଡର IPS ନିଖୋଜ?

0
  • 20 ଅକ୍ଟୋବର ସୁଦ୍ଧା ଖବର ଜଣାଅ, ନ ହେଲେ କାର୍ଯ୍ୟାନୁଷ୍ଠାନ
  • ଇ ମେଲ, ଚିଠି ଦେଲେ ବି ଗ୍ରହଣ କରୁନାହାନ୍ତି

ଭୁବନେଶ୍ୱର//TATKAL ODISHA//

ଓଡିଶା କ୍ୟାଡର ଆପିଏସ ନିଖୋଜ? ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ପାରନ୍ତି, ହେଲେ ତାହା ସତ I

ସେହି ଆପିଏସ ହେଉଛନ୍ତି 1998 ବ୍ୟାଚର ଏନ ବି ଭାରତୀ I ସେ 2020ରୁ ନିଖୋଜ ଥିବା ଜଣାପଡିଛି I ରାଜ୍ୟ ସରକାର କିମ୍ବା ପୋଲିସ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କୁ କିଛି ଲିଖିତ ଵା ମୌଖିକ ଭାବେ ଜଣାଇ ନାହାନ୍ତି I ଫଳରେ ଗୃହ ବିଭାଗ ପକ୍ଷରୁ ସେ କେଉଁଠି ଅଛନ୍ତି? କାହିଁକି ଅନୁପସ୍ଥିତ ଅଛନ୍ତି? କଣ ପାଇଁ ସେ ଜଣାଉ ନାହାଁନ୍ତି, ସେନେଇ କୈଫିୟତ ତଳବ ହୋଇଛି I 20 ଅକ୍ଟୋବର 2021ସୁଦ୍ଧା ଜଣାଇବାକୁ କୁହାଯାଇଛି I

ଆଇପିଏସ ଏନ ବି ଭାରତୀଙ୍କୁ ଯୋଗାଯୋଗ ପାଇଁ ‘ଇ-ମେଲ’ କରାଯାଇଛି I ହେଲେ ସେ ତାହାକୁ ସେ ଦେଖୁ ନାହାନ୍ତି I ତାଙ୍କ ଠିକଣାରେ ଚିଠି ବି ଦିଆ ଯାଇଛି I ତାହା ବି ଫେରି ଆସିଥିବା ଚର୍ଚ୍ଚା ହେଉଛି I ଏପରିକି ଫୋନ କଲା ପରେ ବି ସେ ଉଠାଉ ନାହାନ୍ତି I

ଯଦି ଏହା ସତ ତାହାଲେ ସାଙ୍ଘାତିକ I କାରଣ ଯେଉଁ ବିଭାଗର ଅଧିକାରୀ ‘ଡିସିପ୍ଲିନ’ର ଶେଷ ପର୍ଯ୍ୟାୟରେ ରହିବା କଥା, ସେଠାରେ ଏଭଳି ଅବସ୍ଥା ଏବଂ ସମ୍ପୃକ୍ତ ଅଧିକାରୀ ସରକାରଙ୍କ ନିର୍ଦେଶ ନ ମାନିବା ଠିକ ହୋଇନି I ଏହା ହିଁ ଗୁରୁତ୍ତର ବିଷୟ ବୋଲି ଚର୍ଚ୍ଚା ହେଉଛି I

Leave A Reply

Your email address will not be published.