ପୁରୀ ଉପକୂଳରେ ଜୱାଦ ‘ଲ୍ୟାଣ୍ଡଫଲ’ !

0

  • ହାଇ ଆଲର୍ଟ ଜାରି : ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ
  • ବାତ୍ୟା ସ୍ଥଳ ଭାଗ ଯାଇ ପୁଣି ସମୁଦ୍ରକୁ ଫେରିବ
  • ବନ୍ୟା ସମ୍ଭାବନା ନାହଁ : SRC

ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA// 

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଥମେ ଅବପାତ ଓ ପରେ ‘ଗଭୀର ଅବପାତ’ରେ ପରିଣତ ହୋଇ  ବାତ୍ୟାର ରୂପାନ୍ତରିତ ହୋଇଛି I ଏହାର ନାମ ରହିଛି ‘ଜୱାଦ’ I ତାହା “ପୁରୀ ଉପକୂଳ” ଲ୍ୟାଣ୍ଡଫଲ କରିପାରେ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି I ଏଥିଯୋଗୁଁ ଉପକୂଳ ଓ ଦକ୍ଷିଣ ଓଡିଶା ସହ ଉତ୍ତର ଆନ୍ଧ୍ରରେ ବାତ୍ୟା ତାଣ୍ଡବ ରଚିବ I

  • ଫଳରେ ରାଜ୍ୟ ସରକାର ସବୁ ପ୍ରଭାବିତ ଜିଲ୍ଲାରେ “ହାଇ ଆଲର୍ଟ ” ସହ ରବିବାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦେଇଛନ୍ତି I
ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ଅନ୍ୟମାନେ

     ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଅବପାତ କ୍ରମଶଃ ଘନିଭୂତ ହୋଇ  ବାତ୍ୟାର ରୂପ ନେଇ ସାରିଛି । ବାତ୍ୟାର ରୂପ ନେବା ପରେ ଆନ୍ଧ୍ର- ଓଡ଼ିଶା ଆଡକୁ ମୁହାଁଇବା ଆରମ୍ଭ କରିଛି । ୫ ତାରିଖ ସକାଳ ସୁଦ୍ଧା ପୁରୀ ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହା ଗତି ବଦଳାଇବା ସମ୍ଭାବନା ଥିବାରୁ ଏହା ସ୍ଥଳଭାଗ ଛୁଇଁବା ପରେ ପୁଣି ଜଳଭାଗକୁ ଚାଲିଯିବ । ଏପରିକି ସ୍ଥଳଭାକୁ ନ ଆସି ପୁଣି ଫେରି ଯିବାର ସମ୍ଭାବନା ମଧ୍ୟ ରହିଛି ।

ବାତ୍ୟା ସ୍ଥଳ
  • ବର୍ତ୍ତମାନ “ବାତ୍ୟା”  ଗୋପାଳପୁର ଠାରୁ ପ୍ରାୟ 625 କିମି, ପାରାଦୀପଠାରୁ 555 କିମି ଦୂରରେ ରହିଛି ।
  • ଗତ ୬ଘଣ୍ଟା ହେଲା ବାତ୍ୟା 32 କିଲୋମିଟର ବେଗରେ ଗତି କରୁଥିଲା, ଏବେ 22 କିମି ବେଗରେ ଗତି କରୁଛି I  

ସ୍ଥଳଭାଗ ଛୁଇଁଲାବେଳକୁ ଘଣ୍ଟା ପ୍ରତି ପବନର ବେଗ 80ରୁ 100 କିଲୋମିଟର ରହିବାର ସମ୍ଭାବନା ରହିଛି । ସନ୍ଧ୍ୟାଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ଉପକୂଳ ଓଡ଼ିଶାରେ ପ୍ରାୟ ସବୁ  ସ୍ଥାନରେ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି ।

ରାଜ୍ୟ ସରକାର ହାଇ ଆଲର୍ଟ ଜାରି କରିଛନ୍ତି ଏବଂ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ ହୋଇଛି I ଏହି ସୂଚନା ଦେଇଛନ୍ତି ଏସଆରସି ପାଇଁ. ପି କେ ଜେନା I

ସେ କହିଛନ୍ତି ଯେ, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସବୁ ଜିଲ୍ଲାପାଳଙ୍କୁ ବାତ୍ୟା ନେଇ ଆଗୁଆ ପଦକ୍ଷେପ ନେବାକୁ ନିର୍ଦେଶ ଦିଆ ଯାଇଛି I ତଳି ଅଞ୍ଚଳରୁ ଲୋକଙ୍କୁ ଉଚ୍ଚା ସ୍ଥାନକୁ ନେବାକୁ କୁହାଯିବା ସହ ଏନଡିଆରଏଫ ଓ ଓଡ୍ରାଫ ବାହୀନି ଙ୍କୁ ମୁତୟନ କରାଯାଇଛି I ବନ୍ୟା ସମ୍ଭାବନା ନାହଁ I

Leave A Reply

Your email address will not be published.