ଓଡ଼ିଶାର ୨୫ ଜିଲ୍ଲାରେ ୨୫୬ ମୋବାଇଲ ସାଇଟ୍‌ ହେବ ୪ଜିରେ ବିକଶିତ

0

  • କେନ୍ଦ୍ର କ୍ୟାବିନେଟ୍ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
  • ନୂଆଦିଲ୍ଲୀ,ଭୁବନେଶ୍ୱର,//TATKAL ODISHA//


ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା ସମେତ ୨୫ଟି ଜିଲ୍ଲାରେ ୨୫୬ଟି ମୋବାଇଲ ସାଇଟକୁ ୪ଜିରେ ରୂପାନ୍ତରଣ କରାଯିବ । ଏହା ଦ୍ୱାରା ଜନଜାତି ଓ ଉପାନ୍ତ ଅଂଚଳରେ ବସବାସ କରୁଥିବା ଜନସାଧାରଣମାନେ ଉତମ ମୋବାଇଲ ସେବା ପାଇବା ସହ ମୋବାଇଲ ମାଧ୍ୟମରେ ସରକାରୀ ଯୋଜନା, ଆର୍ଥିକ ସୁଯୋଗ ପାଇବା ସହ ବ୍ୟାଙ୍କିଂ,ଟେଲି ମେଡ଼ିସିନ,ଶିକ୍ଷାର ଲାଭ ପାଇପାରିବେ । 
    ବୁଧବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସଂକ୍ରାନ୍ତୀୟ ବୈଠକରେ ଏନେଇ ମୋହର ବାଜିଛି I ନିଷ୍ପତ୍ତି ଅନୁସାରେ ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟର ୨,୩୪୩ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ରୂପାନ୍ତରଣ କରାଯିବ I ମାଓପ୍ରବଣ ଅଂଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୨,୪୨୬ କୋଟି ବ୍ୟୟ ହେବ I ସେହିପରି କ୍ଷୁଦ୍ର ବ୍ୟବସାୟୀଙ୍କୁ ଚାପ ମୁକ୍ତ କରିବା, ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା, ଉଠା ଦୋକାନୀଙ୍କ ସାମାଜିକ ଆର୍ଥିକ ସଶକ୍ତିକରଣକୁ ସୁନିଶ୍ଚିତ କରିବା ସହ ୧.୨ କୋଟି କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସୁବିଧା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ମାର୍ଚ୍ଚ ୨୦୨୨ରୁ ଡ଼ିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହି ନିଷ୍ପତି ଦ୍ୱାରା ବନ୍ଧକବିହୀନ ଋଣର ମୋଟ ପରିମାଣ ୮ ହଜାର ଶହେ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଏହି ପଦକ୍ଷେପ ଦ୍ୱାରା ଉଠା ଦୋକାନୀମାନେ ନିଜର ବ୍ୟବସାୟକୁ ବଢ଼ାଇବା ସଙ୍ଗେସଙ୍ଗେ ନିଜେ ଆତ୍ମନିର୍ଭର ହେବାର ସୁଯୋଗ ପାଇପାରିବେ ।

  • ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, କ୍ୟାସଲେସ୍ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ସାଧାରଣ ନାଗରିକଙ୍କ ପାଇଁ ସୁଲଭ, ସୁଗମ ଓ ବିଶ୍ୱସନୀୟ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ଭାରତୀୟ ପୋଷ୍ଟ ପେମେଂଟ୍ ବ୍ୟାଙ୍କିଂ ପାଇଁ ୨୦୨୦-୨୧ ରୁ ୨୦୨୨-୨୩ ଆର୍ଥକ ବର୍ଷ ପାଇଁ ଅତିରିକ୍ତ ୮୨୦ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି । ଏହି ନିର୍ଣ୍ଣୟ ଦ୍ୱାରା ଭାରତୀୟ ପୋଷ୍ଟାଲ୍ ପେମେଂଟ ବ୍ୟାଙ୍କ୍ ପୋଷ୍ଟ ବିଭାଗର ବ୍ୟାପକ ନେଟୱାର୍କର ଲାଭ ପାଇବା ସହ ଜନସାଧାରଣଙ୍କ ପାଖରେ ଉତମ ବ୍ୟାଙ୍କ୍ ସେବା ପହଁଚାଇ ପାରିବ । ଆଇପିପିବି ଭାରତରେ ବ୍ୟାଙ୍କିଂ କ୍ଷେତ୍ରର ଉପଲବ୍ଧିକୁ ବ୍ୟାପକ ଭାବେ ବୃଦ୍ଧି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.