ଓଡ଼ିଶାର ପରାମର୍ଶ :ଚୀନକୁ ସୁଯୋଗ ଦିଅନି

0
  • କେନ୍ଦ୍ର ଅର୍ଥମନ୍ତ୍ରୀ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପତ୍ର
  • ଭାରତକୁ ଶସ୍ତାମାଲ ରତ୍ପାନୀ ବଢ଼ିବାର ଆଶଙ୍କା 
  • ଷ୍ଟେନଲେସ୍ ଷ୍ଟିଲ ଉତ୍ପାଦନରେ ଆଣ୍ଟି-ଡମ୍ପିଂ ଡ୍ୟୁଟି ଲାଗୁ କର

ଭୁବନେଶ୍ୱର,//ତତ୍କାଳ ଓଡିଶା//
ଭାରତ ସରକାର କୋହଳ ମନୋଭାବକଲେ ଚୀନ ଭଳି ଦେଶ ସୁଯୋଗ ନେବାର ସମ୍ଭାବନା ରହିଛି । ଫଳରେ ଭାରତକୁ ଶସ୍ତାମାଲ ରତ୍ପାନୀ ବହୁଗୁଣିତ ହେବାର ଆଶଙ୍କା ରହିଛି । ତେଣୁ କେନ୍ଦ୍ର ସରକାର ‘ଆଣ୍ଟି-ଡମ୍ପିଂ ଶୁଳ୍କ’ ଲାଗୁ କରିବା ଜରୁରୀ । 
 କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଏହି ମର୍ମରେ ଓଡ଼ିଶାର ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ପତ୍ର ଲେଖିଛନ୍ତି । ଶ୍ରୀ ମିଶ୍ର କହିଥିଲେ, ଭାରତ ସରକାରଙ୍କ ଦ୍ୱାରା ନିକଟରେ ଷ୍ଟେନ୍‌ଲେସ ଷ୍ଟିଲ ଉତ୍ପାଦନ ଉପରେ ଆଣ୍ଟି-ଡମ୍ବିଂ ଡ୍ୟୁଟି ଏବଂ କାଉଣ୍ଟର ଭେଲିଂ ଶୁଳ୍କ ଉଠାଇ ଦେବା ଯୋଗୁଁ ଏହା ଚୀନ ଭଳି ଦେଶକୁ ବେଶ୍ ସୁହାଇବ । ଆମ ଦେଶକୁ ଶସ୍ତାମାଲ ରତ୍ପାନୀ ବହୁଗୁଣିତ ହେବ । 
 ମନ୍ତ୍ରୀ ପତ୍ରରେ ପୁଣି କହିଥିଲେ, ଓଡ଼ିଶା ଷ୍ଟେନ୍‌ଲେସ ଷ୍ଟିଲ ଉତ୍ପାଦନରେ ଦେଶରେ ସର୍ବବୃହତ ଉତ୍ପାଦନକାରୀ ରାଜ୍ୟ । ଏଥିରେ ୧୫ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରାଯାଇଛି । ତା’ଛଡ଼ା ୮ ହଜାର କୋଟି ଏମ୍‌ଏସ୍‌ଏମ୍‌ଇ ଅଧୀନରେ ନିମ୍ନପ୍ରବାହ ଶିଳ୍ପ ଉତ୍ପାଦନଗୁଡ଼ିକରେ ନିବେଶ କରାଯାଉଛି । ଏସବୁ କେବଳ ଓଡ଼ିଶା ନୁହଁ ବରଂ ଦେଶର ପୂର୍ବଭାଗର ବିକାଶରେ ପ୍ରମୁଖ ଭୂମିକା ନେଇଥାଏ । ଏପରିକି ରାଜ୍ୟରେ ଷ୍ଟେନଲେସ୍ ଷ୍ଟିଲ ସହ ଜଡ଼ିତ ଅସଂଖ୍ୟ ଉଦ୍ୟୋଗର ସୁଯୋଗ ରହିଛି । ବିଶେଷଭାବେ ରାଜ୍ୟରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ମୂଲ୍ୟଯୁକ୍ତ ପ୍ରକ୍ରିୟା ଓଡ଼ିଶା ଭିତରେ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ । ଆଗକୁ ରାଜ୍ୟରେ ମେଟାଲ କ୍ଲଷ୍ଟର ଓ ଷ୍ଟେନଲେସ ଷ୍ଟିଲ ପାର୍କ ପ୍ରତିଷ୍ଠା ଆମର ଲକ୍ଷ୍ୟ ରହିଛି । ଏହି ପ୍ରକ୍ରିୟାକୁ ଚାଲୁ ରଖିବାକୁ ଆମର ଷ୍ଟେନ୍‌ଲେସ ଷ୍ଟିଲ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ଉତ୍ତମ ବାତାବରଣ ଯୋଗାଇବା ଏବଂ ଚୀନ ଓ ଇଣ୍ଡୋନେସିଆରୁ ରତ୍ପାନୀ ଦ୍ରବ୍ୟ ଉପରେ କଟକଣା ଲଗାଯିବା ଆବଶ୍ୟକତା ରହିଛି । ଯୁକ୍ତରାଷ୍ଟ୍ର ଆମେରିକା ନିଜର ଘରୋଇ ଶିଳ୍ପସଂସ୍ଥାର ସୁରକ୍ଷା ପାଇଁ ୨୫% ଶୁଳ୍କ ଲାଗୁ କରିସାରିଛି । ତେଣୁ ଭାରତ ସରକାର ପୁଣି ଥରେ ଆଣ୍ଟି-ଡମ୍ପିିଂ ଏବଂ କାଉଣ୍ଟରଭେଲିଂ ଶୁଳ୍କ ଲାଗୁ କରିବା ଉପରେ ଚିନ୍ତା କରନ୍ତୁ ବୋଲ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଅନୁରୂପ ଅନୁରୋଧ ମଧ୍ୟ ମନ୍ତ୍ରୀ କ୍ୟାପ୍‌ଟେନ୍ ମିଶ୍ର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.