ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଅପରାହ୍ନରେ ମହାପ୍ରଭୁ ଦର୍ଶନ

0

  
ଭୁବନେଶ୍ୱର//TATKAL ODISHA//


ଭାରତରେ ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ଉପସ୍ଥିତ ଥିଲେ I 


  ଶନିବାର ଅପରାହ୍ନ ୩ଟା ୩୫ରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚି  ସେଠାରୁ ସିଧାସଳଖ ପୁରୀ ରାଜଭବନକୁ ଯିବେ। ସେଠାରେ ରାଷ୍ଟ୍ରପତି  କିଛି ସମୟ ବିଶ୍ରାମ ନେବାପରେ ଅପରାହ୍ନ ୪.୫୦ରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ।


ଅପରାହ୍ନ ୫ଟା ୪୫ ପର୍ୟ୍ୟନ୍ତ ରାଷ୍ଟ୍ରପତି  ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ୬ଟା ଯାଏ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରଖାଯାଇଛି ।


 ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ପୁରୀରୁ ଫେରି ରାଜଭବନରେ ରାତ୍ରିଯାପନ କରିବାର କାର୍ୟ୍ୟକ୍ରମ ସ୍ଥିର ରହିଛି 

Leave A Reply

Your email address will not be published.