ଓଡ଼ିଶାରେ ମତ୍ସ୍ୟ ରପ୍ତାନି 20,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ
ଭୁବନେଶ୍ୱର, (ତତ୍କାଳ ଓଡିଶା )
ଆଗାମୀ ପାଞ୍ଚ ବର୍ଷ ରେ ଓଡିଶା ରେ ମତ୍ସ୍ୟ ରପ୍ତାନୀ ୨୦ ହଜ଼ାର କୋଟି ଟଙ୍କାରେ ପହଞ୍ଚାଇବା କୁ ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ ରାଜ୍ୟ ର୍ ମତ୍ସ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ରେ ଆୟୋଜିତ ମତ୍ସ୍ୟ ବିଭାଗୀୟ ସମୀକ୍ଷା ବୈଠକ ରେ ଯୋଗ ଦେଇ ମନ୍ତ୍ରୀ ଡଃ ସାହୁ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ମତ୍ସ୍ୟଚାଷୀ।ମତ୍ସ୍ୟଜୀବୀ ଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ସମନ୍ବିତ କୃଷି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।
ମନ୍ତ୍ରୀ ଡଃ ସାହୁ ରାଜ୍ୟରେ ମତ୍ସ୍ୟ ସମ୍ପଦ ର ଅଭିବୃଦ୍ଧି କୁ ଉଲ୍ଲେଖ କରି କହିଥିଲେ ଯେ ରାଜ୍ୟରେ ୧୫ ଲକ୍ଷ ଲୋକ ମତ୍ସ୍ୟ କ୍ଷେତ୍ର ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ। ଗତ ପାଞ୍ଚ ବର୍ଷ ମଧ୍ୟରେ ମତ୍ସ୍ୟ କ୍ଷେତ୍ରରେ ୫୭% ଅଭିବୃଦ୍ଧି ଘଟିଛି। ଗତ ୨୦ ବର୍ଷ ତଳେ ରାଜ୍ୟରେ ବାର୍ଷିକ ମାଛ ଉତ୍ପଫାଂ ୨.୬ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦିତ ହେଉଥିଲା ବେଳେ ବର୍ତ୍ତମାନ ତାହା ୮.୧୬ ଲକ୍ଷ ମେଟ୍ରି ଟନ ରେ ପହଂଚି ପାରିଛି। ବର୍ତ୍ତମାନ ଜାତୀୟ ସ୍ତରରେ ମାଛ ଉତ୍ପାଦନ ରେ ଓଡିଶା ର ସ୍ଥାନ ଚତୁର୍ଥ।ସେହିପରି ବ୍ୟକ୍ତି ପିଛା ମାଛ ଆହରଣ ଗତ ୨୦ ବର୍ଷ ଭିତରେ ୭.୭୧ କେଜି ରୁ ୧୬.୨୪ କେଜି କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ରାଜ୍ୟରେ ବାର୍ଷିକ ୩୨୪୩ କୋଟି ଟଙ୍କାର ର୍ ମାଛ ରପ୍ତାନୀ ସମ୍ଭବ ହୋଇପାରିଛି।
ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କୁ ପରାମର୍ଶ ଦେଇ ମନ୍ତ୍ରୀ ଡଃ ସାହୁ କହିଥିଲେ ଯେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟରେ ବ୍ୟାପକ ମାଛ ଜାଆଁଳ ଉତ୍ପାଦନ ର୍ ଆବଶ୍ୟକତା ରହିଛି। ସେଥିପାଇଁ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ଓ ଅଭିପାଳନ କେନ୍ଦ୍ରଗୁଡିକର ଭିତ୍ତିଭୂମି ବିକାଶ କୁ ତୁରନ୍ତ ସମ୍ପୂର୍ଣ କରାଯାଇ ଆଗୁଆ ଓ ବର୍ଷସାରା ମତ୍ସ୍ୟଚାଷୀ ଙ୍କୁ ଜାଆଁଳ ଯୋଗାଇଦେବା ଉଚିତ। ଜୈବପୁଞ୍ଜ ପଦ୍ଧତି ରେ ମାଛ ଚାଷ,ମତ୍ସ୍ୟଚାଷୀ ଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ,ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ଅଧିକ ଉଦ୍ୟୋଗୀ ସୃଷ୍ଟି କରିବା, ଖାରୀ ପାଣି ରେ ଚିଙ୍ଗୁଡ଼ି ଚାଷ କୁ ବ୍ୟାପକ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିବା,ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ଦ୍ଵାରା ଗ୍ରାମ ପଂଚାୟତ ପୋଖରୀ ରେ ମାଛ ଚାଷ ଉପରେ ମନ୍ତ୍ରୀ ଡଃ ସାହୁ ଗୁରୁତ୍ୱ ପ୍ରଦାନ କରିଥିଲେ।
ମାଛ ଉତ୍ପାଦନ ହର ୩ ମେଟ୍ରିକ ଟନ ରୁ ୫ ମେଟ୍ରିକ ଟନ କୁ ବୃଦ୍ଧି ଲକ୍ଷରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବା ସହ ମତ୍ସ୍ୟ ଚାଷୀ ମାନଙ୍କ ଏ ଦିଗରେ ସମସ୍ତ ପ୍ରୋତ୍ସାହନ ଓ ତାଲିମ ଯୋଗାଇଦେବାକୁ ମନ୍ତ୍ରୀ ଡଃ ସାହୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ତଥା ଉପରିସ୍ଥ ଅଧିକାରୀମାନକୁ ପରାମର୍ଶ ପ୍ରଦାନ କରିଥିଲେ।
ଏହି ସମୀକ୍ଷା ବୈଠକ ରେ କୃଷି ଉତ୍ପାଦନ କମିଶନର ଶ୍ରୀ ଆର କେ ଶର୍ମା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର ରଘୁପ୍ରସାଦ, ମତ୍ସ୍ୟ ନିର୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।