ଓଡ଼ିଶାରେ ପାଦ ଥାପିବ ଲୋକ ଜନଶକ୍ତି ପାର୍ଟି, ଜାଗା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ୱର //TATKAL ODISHA//
ଓଡ଼ିଶାରେ ପାଦ ଥାପିବ ଲୋକ ଜନଶକ୍ତି ପାର୍ଟି I
ଓଡିଶା ବିଧାନସଭା ନିର୍ବାଚନରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ )ର ପଦାଧୀକାରୀ ଓ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର ସରକାର ଗଠନ କରିବାରେ ବିଶେଷ ଯୋଗଦାନ ଦେଇଥିବାରୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ଓଡିଶାରେ ଗୋଟିଏ ରାଜ୍ୟ କାର୍ଯ୍ୟାଳୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି I

ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପାଶୱାନ ଉପଯୁକ୍ତ ସ୍ଥାନ ଯୋଗାଇ ଦେବାକୁ ଚିଠି ଦେଇଛନ୍ତି I