ଓଡ଼ିଶାରେ ଦୁଇ ଓମିକ୍ରନ ରୋଗୀ : ସ୍ୱାସ୍ଥ୍ୟ ବିଭାଗ ତତ୍ପର

0

  • ଜଣେ ନାଜେରିଆ, ଅନ୍ୟ ଜଣେ କାତରରୁ ଆସିଥିଲେ 
  • ଭୁବନେଶ୍ୱର//TATKAL ODISHA//

ଓଡ଼ିଶାରେ  ୨ଜଣଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି I ନାଇଜେରିଆ ଫେରନ୍ତା ଜଣକ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ କାତାରରୁ ଆସିଥିବା ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ।

ଉଭୟ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିଛି I ଫଳରେ ସ୍ୱାସ୍ଥ୍ୟ  ବିଭାଗ ତତ୍ପର ହୋଇଉଠିଛି ।

ଭାରତରେ ଓମିକ୍ରନ ସଂକ୍ରମିତଙ୍କ ସ୍ଥିତି : ଓଡ଼ିଶାରେ ଦୁଇ

  ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍ସ (ଆଇଏଲଏସ୍‍) ଏହି  ସୂଚନା ଦେଇଛି I  ରିପୋର୍ଟ ଅନୁସାରେ ବିଦେଶରୁ ଫେରିଥିଲେ  ୧୨ କୋଭିଡ ସଂକ୍ରମିତ I ସେମାନଙ୍କ  ଜିନମ ସିକ୍ୱେନ୍ସିଂ ପରୀକ୍ଷା କରାଯାଇଥିଲା । ଏଥିରୁ ୨ଜଣଙ୍କ ଠାରେ ଓମିକ୍ରନ ଥିବା ଜଣାପଡିଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଆଉଜଣେ କାତାରରୁ ଆସିଛନ୍ତି ।ଉଭୟ ଓମିକ୍ରନ ସଂକ୍ରମିତ ସଙ୍ଗରୋଧରେ ଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି 

ଓମିକ୍ରନ ଦେଶର ୧୨ଟି ରାଜ୍ୟକୁ ବ୍ୟାପିଥିବା ବେଳେ ପଡୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Leave A Reply

Your email address will not be published.