ଓଡ଼ିଆ ପୁଅ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ନୂଆ ସେନାଧ୍ୟକ୍ଷ

0
  • ନୂଆଦିଲ୍ଲୀ, ଭୁବନେଶ୍ୱର //TATKAL ODISHA//
  • ଜେନେରାଲ ଶହୀଦ ବିପିନ ରାୱତଙ୍କ ଦୁର୍ଘଟଣାରେ ପରଲୋକ ଘଟିବା ପରେ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଇଛି । ସିଡିଏସ ଭାବେ ମୁକୁନ୍ଦ ନରୱେଣେଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ସ୍ଥଳସେନା ମୁଖ୍ୟ ଭାବେ ଓଡ଼ିଆ ଅଫିସର ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ନୂଆ ନିଯୁକ୍ତି ମିଳିଛି । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ମୋହର ବାଜିଛି I

ଓଡ଼ିଆ ପୁଅ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ଭାରତର ନୂଆ ସେନାଧ୍ୟକ୍ଷ ହୋଇଛନ୍ତି I ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇ ସାରିଛନ୍ତି I ହେଲେ ସରକାରୀ ଭାବେ ଘୋଷଣା ହୋଇନି I

ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ନୂଆ ସେନାଧ୍ୟକ୍ଷ

ଜେନେରାଲ ଚଣ୍ଡୀପ୍ରସାଦ ଜଗତସିଂହପୁର ଜିଲ୍ଲାର ବାସିନ୍ଦା I ସେ ପୂର୍ବରୁ 42 ତମ ଭାଇସ ଚିଫ ମାର୍ଶାଲ ଦାୟିତ୍ୱ ଗ୍ରହଣ କରିଥିଲେ I ଏହି ଗୁରୁଦାୟୀତ୍ୱ ଗ୍ରହଣ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କ ନିର୍ଦେଶରେ କାର୍ଯ୍ୟ କରିବେ ବୋଲି ଗଣ ମାଧ୍ୟମକୁ କହିଥିଲେ I ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ I

କ୍ୟାରିଅର

ଜେନେରାଲ ଚଣ୍ଡୀ ପ୍ରସାଦ ପ୍ରଥମ ଓଡ଼ିଆ ଭେବେ ନୂଆ ସେନାଧ୍ୟକ୍ଷ ହୋଇ ଇତିହାସ ସୃଷ୍ଟି କରିଛନ୍ତି I ତାଙ୍କ ନିଯୁକ୍ତି ପରେ ଓଡ଼ିଶାରେ ଖୁସିର ମାହୋଲ ଖେଳି ଯାଇଛି I ସବୁଆଡୁ ଶୁଭେଚ୍ଛାର ସୁଅ ଖେଳି ଯାଇଛି I

Leave A Reply

Your email address will not be published.